ବିଧାୟକ କଲୋନୀରେ ୩୦୦ କ୍ୱାର୍ଟର୍ସ: ୨ ଗୁଣ ବଢ଼ିଲା ଖର୍ଚ୍ଚ, କ୍ୟାବିନେଟ ଦେଲେ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୪ ଅଂଚଳରେ ଥିବା ବିଧାୟକ କଲୋନୀରେ ବିଧାୟକ ଓ ସରକାରୀ ଅଫିସରମାନଙ୍କ ନିମନ୍ତେ ୩୦୦ଟି କ୍ୱାର୍ଟର୍ସ ନିର୍ମାଣ ହେବ । ଏଥିପାଇଁ ୫୧୦କୋଟି ଟଙ୍କା ବ୍ୟୟ ହେବ ଓ କେଇସି ଇଣ୍ଟରନ୍ୟାସନାଲ ଲିଃ ନାମକ ସଂସ୍ଥା ଏହି କାର୍ଯ୍ୟ ନିମନ୍ତେ ଟେଣ୍ଡର ନେଇଛି । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ତେବେ ବିଧାୟକ କଲୋନୀରେ ବ୍ୟାପକ ଗଛକାଟି ସେଠାରେ ବିଧାୟକ ଓ ସରକାରୀ ଅଫିସରଙ୍କ […]

CS Suresh Mohapatra

CS Suresh Mohapatra

Ordigital Desk
  • Published: Thursday, 22 September 2022
  • Updated: 22 September 2022, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୪ ଅଂଚଳରେ ଥିବା ବିଧାୟକ କଲୋନୀରେ ବିଧାୟକ ଓ ସରକାରୀ ଅଫିସରମାନଙ୍କ ନିମନ୍ତେ ୩୦୦ଟି କ୍ୱାର୍ଟର୍ସ ନିର୍ମାଣ ହେବ । ଏଥିପାଇଁ ୫୧୦କୋଟି ଟଙ୍କା ବ୍ୟୟ ହେବ ଓ କେଇସି ଇଣ୍ଟରନ୍ୟାସନାଲ ଲିଃ ନାମକ ସଂସ୍ଥା ଏହି କାର୍ଯ୍ୟ ନିମନ୍ତେ ଟେଣ୍ଡର ନେଇଛି । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ତେବେ ବିଧାୟକ କଲୋନୀରେ ବ୍ୟାପକ ଗଛକାଟି ସେଠାରେ ବିଧାୟକ ଓ ସରକାରୀ ଅଫିସରଙ୍କ ନିମନ୍ତେ ଅତ୍ୟାଧୁନିକ ବହୁତଳ ପ୍ରସାଦ ନିର୍ମାଣକୁ ବୁଦ୍ଧିଜୀବୀମାନେ ବିରୋଧ କରୁଥିବାବେଳେ ରାଜ୍ୟ ସରକାର ଅପ୍ରତ୍ୟାଶିତ ଭାବେ ଏହି ବିଧାୟକ କଲୋନୀର କ୍ୱାର୍ଟର୍ସ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବଜେଟକୁ ପ୍ରାୟ ୨ଗୁଣ ଅର୍ଥାତ୍ ୨୭୫କୋଟି ଟଙ୍କାରୁ ୫୧୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାସହିତ ପୂର୍ବରୁ ୨୭୫କୋଟି ଟଙ୍କାରେ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ (ଓବିସିସି)କୁ ଏହି କ୍ୱାର୍ଟର୍ସ ନିର୍ମାଣ ପାଇଁ ମନୋନୀତ କରାଯାଇଥିବାବେଳେ ଏବେ ଏକ ଘରୋଇ ସଂସ୍ଥାକୁ ୫୧୦କୋଟି ଟଙ୍କାରେ କାର୍ଯ୍ୟର ଟେଣ୍ଡର ନ୍ୟସ୍ତ ହୋଇଛି ।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଭୁବନେଶ୍ୱରର ୟୁନିଟ-୪ ଅଂଚଳରେ ଥିବା ବିଧାୟକ କଲୋନୀରେ ୧୦୫ଟି ଟାଇପ୍ -୭ ଓ ୧୯୫ଟି ଟାଇପ୍ -୬ ସରକାରୀ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ କେଇସି ଇଣ୍ଟରନ୍ୟାସନାଲ ଲିଃର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସଂସ୍ଥା ୩୦ମାସ ମଧ୍ୟରେ ଉକ୍ତ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବ ।

ତେବେ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଏହି ବିଧାୟକ କଲୋନୀରେ ୧୦ମହଲା ଓ ୧୧ମହଲାର କୋଠା ନିର୍ମାଣ ହେବ । ସେଥିରେ ମୋଟ ୩୦୦ଟି କ୍ୱାର୍ଟର୍ସ ରହିବ । ଯେଉଁଥିରେ ବିଧାୟକମାନଙ୍କ ପାଇଁ ୧୦୫ଟି ଟାଇପ-୭ ଘର ରହିବ ଓ ବାକି ୧୯୫ଟି ଘର ଆଇଏଏସ୍ ଓ ବରିଷ୍ଠ ଅଫିସରଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏହି କଲୋନୀର ପ୍ରସ୍ତାବିତ ଯୋଜନାରେ ମାର୍କେଟ ବିଲିଡିଂ, ମେଡିକାଲ ଓ ଏକକାଳୀନ ୨ହଜାର ଲୋକଙ୍କ ଖାଇବା ସୁବିଧା ଭଳି ବ୍ୟବସ୍ଥା ମଧ୍ୟ ରହିବ ।

ସୂଚନାଯୋଗ୍ୟ, ତତକାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତବର୍ଷ ମାର୍ଚ୍ଚ ୧୪ ତାରିଖରେ ଏହି ବିଧାୟକ କଲୋନୀର ନୂତନ କୋଠା ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଗଣମାଧ୍ୟମକୁ କହିଥିଲେ ଯେ, ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୨୭୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏଥିରୁ ୫୦କୋଟି ଟଙ୍କା ଓବିସିସିକୁ ସ୍ଥାନାନ୍ତର କରାଯାଇ ସାରିଛି । ବାକି ୨୨୫କୋଟି ଟଙ୍କା ଅର୍ଥ ବିଭାଗ ଯୋଗାଇ ଦେବ । ଏହି ପ୍ରକଳ୍ପ ନିର୍ମାଣ ଟେଣ୍ଡରରେ ବଡ଼ ବଡ଼ କମ୍ପାନୀ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତା ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଏହି କୋଠା ନିର୍ମାଣ ଶେଷ ହେବ ।

ତେବେ ପ୍ରଶ୍ନ ଉଠୁଛି, ତତକାଳୀନ ବାଚସ୍ପତି ଶ୍ରୀ ପାତ୍ର ୬ମାସ ପୂର୍ବରୁ ସମୀକ୍ଷା ବେଳେ ଏହି ପ୍ରକଳ୍ପର ପରିମାଣ ୨୭୫କୋଟି ଟଙ୍କା ଥିବାବେଳେ ଏହାକୁ କିଏ ଓ କାହିଁକି ୫୧୦କୋଟି ଟଙ୍କାକୁ ବୃଦ୍ଧି କଲେ । ପ୍ରକଳ୍ପ ବ୍ୟୟବରାଦ କେଉଁ କାରଣରୁ ପ୍ରାୟ ଦୁଇଗୁଣ ବୃଦ୍ଧି ହେଲା, ତାହା ବି ସନ୍ଦେହଘେରରେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story