Advertisment

ଆଇଏଏସ୍‌ ଅପରାଜିତାଙ୍କୁ ମିଳିଲା କ୍ଲିଅରାନ୍ସ, ବିଜେପିରେ ଯୋଗଦେଵା ନେଇ ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ କ୍ୟାଡ଼ର କ୍ଲିଅରାନ୍ସ ପରେ ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱେଚ୍ଛାକୃତ ଅବସର ନେବାର ମାର୍ଗ ପ୍ରଶସ୍ତ ହୋଇଛି। ଯଦିଓ ଅପରାଜିତା ନିଜ ଆଡୁ ଏ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି, ତଥାପି ସେ ସର୍ବଭାରତୀୟ ଚାକିରିରୁ ଅବସର ନେଇ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଥିବା କୁହାଯାଉଛି। ବିଜେପି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ୨୦୧୮ […]

ଅଦ୍ୟତନ ହୋଇଛି
ଆଇଏଏସ୍‌ ଅପରାଜିତାଙ୍କୁ ମିଳିଲା କ୍ଲିଅରାନ୍ସ, ବିଜେପିରେ ଯୋଗଦେଵା ନେଇ ଚର୍ଚ୍ଚା

2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ କ୍ୟାଡ଼ର କ୍ଲିଅରାନ୍ସ ପରେ ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱେଚ୍ଛାକୃତ ଅବସର ନେବାର ମାର୍ଗ ପ୍ରଶସ୍ତ ହୋଇଛି। ଯଦିଓ ଅପରାଜିତା ନିଜ ଆଡୁ ଏ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି, ତଥାପି ସେ ସର୍ବଭାରତୀୟ ଚାକିରିରୁ ଅବସର ନେଇ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଥିବା କୁହାଯାଉଛି। ବିଜେପି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Advertisment

ସୂଚନା ଅନୁସାରେ ୨୦୧୮ ସେପ୍ଟେମ୍ବର ମାସରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି କ୍ୟାଡ଼ର କ୍ଲିଅରାନ୍ସ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ୨ ମାସ ମଧ୍ୟରେ କ୍ୟାଡ଼ର କ୍ଲିଅରାନ୍ସ ନମିଳିବା ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପୁଣିଥରେ ରିମାଇଣ୍ଡର ପଠାଇଥିଲା। ଏହାପରେ ରାଜ୍ୟ ସରକାର ଚଳିତ ସପ୍ତାହରେ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ କ୍ୟାଡ଼ର କ୍ଲିଅରାନ୍ସ ଦେଇଥିବା ଜଣାପଡ଼ିଛି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଚାକିରି ଅବଧି ୨୦୨୯ ମସିହା ଅକ୍ଟୋବର ପର୍ଯ୍ୟନ୍ତ ରହିଥିଲା।

ଏବେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର ନେବାର ମାର୍ଗ ପ୍ରଶସ୍ତ ହୋଇଥିବାବେଳେ ସେ ବିଜେପିରେ ସାମିଲ ହେବାର ବାଟ ଖୋଲିଯାଇଛି।

Advertisment

ଓଡ଼ିଶାର ବୋହୂ ଶ୍ରୀମତୀ ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବାବେଳେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତନ ଆଣି ଘରେଘରେ ପରିଚିତ ହୋଇଥିଲେ। ସେହିପରି ଭୁବନେଶ୍ୱର ମହାନଗର ନିଗମକୁ ସବୁଜ ଓ ସୁନ୍ଦର କରିବା କ୍ଷେତ୍ରରେ ମଧ୍ୟ ସେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ।

ଅପରାଜିତା ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ ହେଁ ସରକାରୀ ଚାକିରିରୁ ଅବସର ନେଇ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱର ସହରରେ ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଦଳ ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ୱାମୀ ତଥା ଓଡ଼ିଶା କ୍ୟାଡ଼ର ଆଇଏଏସ୍‌ ସନ୍ତୋଷ ଷଡ଼ଙ୍ଗୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe