Advertisment

୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ

ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ  ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ ।  ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି  । ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରୋଜଭ୍ୟାଲିରେ ନିବେଶ କରିଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ

baleswar OPID court

ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ  ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ ।  ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି  ।

Advertisment

ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ।

ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ଏ ସମ୍ପର୍କରେ, ସରକାରୀ ଓକିଲ ସୁଲଳିତ କର  କହିଛନ୍ତି,  ଏହା ୨୦୧୩ ମସିହା କେସ୍‌।  ସେବେଠୁ ଅଭିଯୁକ୍ତ ଫେରାର ଥିଲେ। ପଶ୍ଚିମବଙ୍ଗର ମଏନାରୁ ବାଲେଶ୍ୱର-ଇକୋନୋମିକ୍ସ ୱିଙ୍ଗ୍ସର ଡିଏସ୍‌ପି ତାଙ୍କୁ ଗିରଫ କରିଛନ୍ତି।

Chit Fund Scam