baleswar OPID court
ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ । ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।
ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ।
ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ଏ ସମ୍ପର୍କରେ, ସରକାରୀ ଓକିଲ ସୁଲଳିତ କର କହିଛନ୍ତି, ଏହା ୨୦୧୩ ମସିହା କେସ୍। ସେବେଠୁ ଅଭିଯୁକ୍ତ ଫେରାର ଥିଲେ। ପଶ୍ଚିମବଙ୍ଗର ମଏନାରୁ ବାଲେଶ୍ୱର-ଇକୋନୋମିକ୍ସ ୱିଙ୍ଗ୍ସର ଡିଏସ୍ପି ତାଙ୍କୁ ଗିରଫ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/451.jpg)