କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସିଭିଲ ସର୍ଭିସ(OCS) ଏକ୍ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ୧୬ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହେବ ବୋଲି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁଯାୟୀ, ପ୍ରିଲିମନାରୀ ପରୀକ୍ଷା ଅକ୍ଟୋବର ୧୬ ତାରିଖ ରବିବାର ହେବ। ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି। ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ ।
ରାଜ୍ୟର ୫ଟି ଜୋନ୍ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖଳାରୁ ଧାନ ଚୋରି କରୁଥିଲେ; ମାଡ଼ି ବସିଲେ ଗ୍ରାମବାସୀ
କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
Miscellaneous
କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।
Crime
ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ
ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୧୭ ଦାଦନ ଶ୍ରମିକ; ଅଟକାଇ ଦେଲା ପୁଲିସ୍
ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟଛୁଆ ୨ ଜଣ ଅଛନ୍ତି।
Events & Festivals
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ।