Advertisment

TEAM ODISHA ୪୪ହଜାର କୋଟିର ୧୦ ବୃହତ୍ ପ୍ରକଳ୍ପକୁ ମଞ୍ଜୁରୀ: ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ , ‘ଟିମ୍ ଓଡ଼ିଶା’ ମନୋଭାବ ନେଇ କାମ କର

ଆଜି ୪୪ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୪୪୨୪୧.୯୭କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

HLCA-ODISHA
Advertisment

ରାଜ୍ୟରେ ୪୪୨୦୦କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ଗ୍ରୀନ୍ ସିଗନାଲ ପ୍ରଦାନ କରିଛନ୍ତି । ୮ଟି ଜିଲ୍ଲାରେ ଏହି ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହେଲେ ୮୭୬୫ଜଣ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଆଜି ୪୪ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୪୪୨୪୧.୯୭କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ଦେବା ସହ କେବଳ ପୁଞ୍ଜି ଆକର୍ଷଣ କରିବା ମଧ୍ୟରେ ସୀମିତ ନରହି ଏହାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ‘ଟିମ୍ ଓଡ଼ିଶା’ ମନୋଭାବ ନେଇ କାମ କରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment


୮ଜିଲ୍ଲାରେ ସ୍ଥାପନ ହେବ ୧୦ଟି ବୃହତ୍ ପ୍ରକଳ୍ପ

ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ (Odisha) ୮ଟି ଜିଲ୍ଲା ଯଥା- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ରେ ଏହି ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନକୁ ମଞ୍ଜୁରୀ ମିଳିଛି । ରେଆର ଆର୍ଥ ମାନୁଫାକଚରିଙ୍ଗ୍‌, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋ ଉପକରଣ, ଟେଲିକମ୍ ଭିତ୍ତିଭୂମି, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଖୋର୍ଦ୍ଧା ଜିଲ୍ଲାରେ ୪୬୨୦ କୋଟି ଟଙ୍କା ବିନିଯୋଗରେ ଏକ ମେମୋରୀ ଚିପ୍ ମଡ୍ୟୁଲ ପ୍ଲାଂଟକୁ ଏସପି ସେମିକନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ଥାପନ କରାଯିବ, ୨୫୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ମାଗନୋଭା ପ୍ରାଇଭେଟ ଲିମିଟେଡ ୧୦୫୦ କୋଟି ଟଙ୍କା ବ୍ୟୟରେ ଏକ ଚୁମ୍ବକ ନିର୍ମାଣ କାରଖାନା ପ୍ରତିଷ୍ଠା କରିବ । ପୁରୀଠାରେ ଶ୍ରୀଟେକ୍ ଡାଟା ଲିମିଟେଡ ୧୬୨୨ କୋଟି ଟଙ୍କାର ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବ ଯାହା ଟେଲିକମ୍ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବ ।

Advertisment

ଆଦାନୀ ହାଇଡ୍ରୋ ଏନର୍ଜି ପକ୍ଷରୁ ନୟାଗଡ଼ରେ ୯୭୩୧.୪୭ କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ । ସଙ୍ଗମମ୍ ସିଡି ହାଇଡ୍ରୋ କନସୋର୍ଟିୟମ ପକ୍ଷରୁ କୋରାପୁଟରେ ୯ହଜାର କୋଟି ଟଙ୍କା, ଗ୍ରୀନକୋ ପକ୍ଷରୁ କଳାହାଣ୍ଡିରେ ୭୫୦୭ କୋଟି ଟଙ୍କା ଓ ଜିନ୍ଦଲ ଗ୍ରୀନ ଦେବଗଡ଼ରେ ୩୭୧୧କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ କରିବ । 
ସେହିପରି କୋରାପୁଟରେ ଏନସିଏଲ ଇଣ୍ଡଷ୍ଟ୍ରିଜ୍ ୨ହଜାର କୋଟି ଓ ମାଲକାନଗିରିରେ ଡାଲମିଆ ସିମେଂଟ ୨ହଜାର କୋଟି ଟଙ୍କା ବିନିଯୋଗରେ ସମନ୍ୱିତ ସିମେଂଟ ପ୍ଲାଂଟ ସ୍ଥାପନ କରିବେ । ସେହିପରି ଢେଙ୍କାନାଳରେ ଭାରତ ଫୋର୍ଜ ଲିମିଟେଡ ପକ୍ଷରୁ ୩ହଜାର କୋଟି ଟଙ୍କା ବ୍ୟୟରେ ଅଟୋମୋବାଇଲ ଓ ପ୍ରତିରକ୍ଷା ଉପକରଣ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ। ଏସବୁ ପ୍ରକଳ୍ପକୁ ଆଜି ଅନୁମୋଦନ ମିଳିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, କେବଳ ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ନୁହେଁ, ଏହା ଯେପରି ତୁରନ୍ତ କାର୍ଯ୍ୟକାରୀ ହେବ, ତାକୁ ସୁନିଶ୍ଚିତ କରାଯିବା ଦରକାର । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହୋଇ ଉତ୍ପାଦନ ଆରମ୍ଭ ହେବା ଜରୁରୀ । ଏଥିପାଇଁ ଅଫିସରମାନେ ‘ଟିମ୍ ଓଡ଼ିଶା’ର ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe