ସମୟ ସହ ବଦଳି ଯାଇଛନ୍ତି ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ। ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଗର୍ଜୁଛନ୍ତି ବିଜେପି ଓ କଂଗ୍ରେସ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ବରଂ ତାଙ୍କୁ ମଞ୍ଚରେ ବସାଇ ସୁରକ୍ଷା ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟ ଆଚମ୍ୱିତ କରିଛି ରାଜନୈତିକ […]

BJD

BJD

Manoranjan Sial
  • Published: Tuesday, 09 November 2021
  • Updated: 09 November 2021, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ। ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଗର୍ଜୁଛନ୍ତି ବିଜେପି ଓ କଂଗ୍ରେସ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ବରଂ ତାଙ୍କୁ ମଞ୍ଚରେ ବସାଇ ସୁରକ୍ଷା ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟ ଆଚମ୍ୱିତ କରିଛି ରାଜନୈତିକ ସମୀକ୍ଷକଙ୍କୁ। ଆଉ ପ୍ରଶ୍ନ କରିଛନ୍ତି କଳଙ୍କର ଛିଡ଼ା ପଡ଼ିବାକୁ ଦେଉନଥିବା ମୁଖ୍ୟମନ୍ତ୍ରୀ ଏତେ ଶୀଘ୍ର ବଦଳିଗଲେ କେମିତି?

ପୂର୍ବରୁ ଅନେକ ଘଟଣାରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ। ହେଲେ ଏହାରି ଭିତରେ ସେ ଅନେକ ବଦଳି ଯାଇଛନ୍ତି। ନବୀନଙ୍କ ୫ ମଞ୍ଚମ ପାଳିରେ ସେ ବଦଳି ଯାଇଥିବା ଦେଖିବାକୁ ମିଳିଛି। ଭିଡ଼ିଓ ଭାଇରାଲ୍‌ ପ୍ରସଙ୍ଗରେ ବିବାଦୀୟ ହେବା ସତ୍ତ୍ୱେ ସେତେବେଳେ ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ମେୟର ପଦରୁ ବିଦା କରାଗଲା ନାହିଁ। ଓଲଟା ୨୦୧୯ ସାଧାରଣ ନିର୍ବାଚନରେ ଟିକଟ ଦେଇ ବିଧାୟକ କରାଗଲା।

୨୦୧୯ରେ ବିଜେଡି ପଞ୍ଚମଥର କ୍ଷମତା ଦଖଲ କରିବା ପରେ ବିବାଦରେ ଫସିଥିବା କୌଣସି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନୟାଗଡ଼ ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା, ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଆଉ ଏବେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ବିବାଦୀୟ ହୋଇପଡ଼ିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି। ନବୀନଙ୍କ ଏଭଳି ନୂଆ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ବିରୋଧୀ ଅଭିଯୋଗ ଆଣିଛନ୍ତି ବିବାଦୀୟ ଘଟଣାଗୁଡ଼ିକ ସଂପର୍କରେ ନବୀନଙ୍କ ପାଖରେ ସଠିକ୍ ତଥ୍ୟ ପହଁଚୁ ନାହିଁ। ଏହା ବି କହିଛନ୍ତି, ନବୀନ ବଦଳି ଗଲେଣି। ବିଜେଡି କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos