Advertisment

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଜିଲ୍ଲାକୁ ପଠାଯିବେ ୩ ହଜାର ପ୍ରଶିକ୍ଷିତ କର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ୟାସ’ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୩ହଜାର ପ୍ରଶିକ୍ଷିତ କର୍ମଚାରୀଙ୍କୁ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର […]

ଅଦ୍ୟତନ ହୋଇଛି
ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଜିଲ୍ଲାକୁ ପଠାଯିବେ ୩ ହଜାର ପ୍ରଶିକ୍ଷିତ କର୍ମୀ

cyclone

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ୟାସ’ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୩ହଜାର ପ୍ରଶିକ୍ଷିତ କର୍ମଚାରୀଙ୍କୁ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ।

Advertisment

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତ ଓ ପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ତେବେ ଆସନ୍ତାକାଲି ସୁଦ୍ଧା ଏହି ବାତ୍ୟାର ରୂପରେଖ, ଗତି ଓ ବେଗ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିବ। ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଏସଆରସି ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ।

Advertisment

ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ତେବେ ବାତ୍ୟାରେ ଜନଜୀବନ ଯେଭଳି ନଷ୍ଟ ନହୁଏ ସେଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସମସ୍ତ ତଳିଆ ଅଂଚଳ ଓ କଚ୍ଚାଘରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏବେ କୋଭିଡ୍ ସମୟ ହୋଇଥିବାରୁ ଗୋଟିଏ ଗୋଟିଏ ଆଶ୍ରୟସ୍ଥଳୀରେ କମ୍ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯେଭଳି ମହଜୁଦ୍ ରହିବ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ରୋଗୀସେବା ଯେଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ଜେନେରେଟର ସେଟ୍‌, ପାନୀୟ ଜଳ ସମେତ ଡାକ୍ତର ଓ ନର୍ସଙ୍କ ରହିବା ଏବଂ ଖାଇବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ହସ୍ୱିଟାଲଗୁଡ଼ିକରେ ବ୍ୟାପକ ପରିମାଣର ଅକ୍ସିଜେନ୍ ରଖିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବାବେଳେ ଅକ୍ସିଜେନ୍ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସକୁ ମଧ୍ୟ ଅକ୍ସିଜେନ ଯୋଗାଣ, ପରିବହନ ଓ ରିଫିଲିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରାୟ ୩ହଜାର ପ୍ରଶିକ୍ଷିତ କର୍ମଚାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ଆସନ୍ତାକାଲି ପଠାଯିବ। ସେମାନେ ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକରେ ଡେରା ପକାଇବେ। ଏହି ଉଦ୍ଧାରକାରୀ ଦଳରେ ୨୨ଟି ଏନଡିଆରଏଫ ଟିମ୍ (ପ୍ରତି ଟିମରେ ୨୫ରୁ ୩୦ଜଣ), ୬୬ଟି ଓଡ୍ରାଫ୍ ଟିମ୍ (ପ୍ରତି ଟିମରେ ୧୦ରୁ ୧୫), ୧୭୭ଟି ଫାୟାର ସର୍ଭିସ ଟିମ ଓ ବନ ବିଭାଗର ୩୫ଟି ଗଛ କଟାଳୀ ଟିମ୍ (ପ୍ରତି ଟିମରେ ୧୦ରୁ ୧୫ଜଣ) ରହିବେ। ଏମାନଙ୍କ ଛଡ଼ା ପ୍ରତି ଜିଲ୍ଲାରେ ରୋଡ୍ କ୍ଲିୟରାନ୍ସ ଟିମ୍‌, ପାନୀୟ ଜଳ ଯୋଗାଣ ଟିମ୍ , ବିଦ୍ୟୁତ, ଟେଲିକମ୍‌, ଆରଡି, ପୂର୍ତ୍ତ ଓ ଜଳସମ୍ପଦ ବିଭାଗକୁ ଜିଲ୍ଲାର ବିଭିନ୍ନ ଅଂଚଳ ନ୍ୟସ୍ତ କରାଯାଇଛି। ମୁଣ୍ଡଳୀରେ ଏନଡିଆରଏଫର ୧୭ଟି ଟିମ୍ ଥିବାବେଳେ ରାଜ୍ୟ ସରକାର ଆଉ ୫ଟି ଏନଡିଆରଏଫ ଟିମ୍‌କୁ ବାହାରୁ ମଗାଇଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe