Advertisment

୩ ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ  ୬୬୩ଟି ପଦବୀକୁ (Security Coys) ମଞ୍ଜୁରୀ ମିଳିଛି। ବିଦେଶ ଗସ୍ତରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଞ୍ଜୁରୀ ପ୍ରଦାନ  କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪,   ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, […]

୩ ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁରୀ 

battalion

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ  ୬୬୩ଟି ପଦବୀକୁ (Security Coys) ମଞ୍ଜୁରୀ ମିଳିଛି। ବିଦେଶ ଗସ୍ତରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଞ୍ଜୁରୀ ପ୍ରଦାନ  କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।

Advertisment

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪,   ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-13, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ ।  ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe