/odisha-reporter/media/post_attachments/uploads/2021/05/cm.jpg)
Naveen
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ SRC ପ୍ରଦୀପ କୁମାର ଜେନା। ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଟି ମାନବ ଜୀବନ ମୂଲ୍ୟବାନ। ଜିରୋ କାଜୁଆଲିଟି ଆମ ସରକାର ପଲିସି। ପ୍ରଶାସନକୁ ସହଯୋଗ କରିବାକୁ ଲୋକମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ବେଳେ SRC ପ୍ରଦୀପ କୁମାର ଜେନା କହିଛନ୍ତି଼-“ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ ବର୍ତ୍ତମାନ ଧାମରାଠାରୁ ୨୦୦ କିମି ଦୂରରେ ରହିଛି। ଏହା ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି। ୟାସ୍ ବାହାନଗା, ବାସୁଦେବପୁର, ମୟୂରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ଅଭିମୁଖେ ଯିବ। ଆକଳନ ଅନୁସାରେ ୟାସ୍ ଆସନ୍ତାକାଲି ସକାଳ ସାଢ଼େ ୫ଟାଠାରୁ ସାଢ଼େ ୯ଟା ଭିତରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୫୫ ରହିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଗତକାଲିଠାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେଉଛି। ସବୁଠାରୁ ଅଧିକ ବର୍ଷା ପାରାଦୀପରେ ହୋଇଛି। ଏଠାରେ ୧୧୦ରୁ ୧୨୦ ମିଲିମିଟର ବର୍ଷା ହୋଇଛି।”
ସେ ଆହୁରି କହିଛନ୍ତି-“ବାତ୍ୟା ପ୍ରଭାବରେ ଆଜି ରାତି ୯ଟାରୁ ଅଧିକ ବର୍ଷା ହେବ। ପବନ ମଧ୍ୟ ଦେବ। ଆସନ୍ତାକାଲି ରାତି ୯ଟା ଭିତରେ ଓଡ଼ିଶା ସୀମା ଅତିକ୍ରମ କରି ଚାଲିଯିବ। ବାତ୍ୟାର ସ୍ଥିତିକୁ ଦେଖି ଅପରାହ୍ନଟ ୪ଟା ସୁଦ୍ଧା ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
