naveen1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ହେବ ଦେଶର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ। ଏହାର ନିର୍ମାଣ କାମ ମଧ୍ୟ ଜୋରସୋରରେ ଜାରି ରହିଛି। ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣଧୀନ ଅଛି। ପ୍ରାୟ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସ ଗସ୍ତ କରିଛନ୍ତି।
ଏହି ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆଥଲେଟ ମାନଙ୍କ ପାଇଁ ଏହି ଇନ୍ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
/odisha-reporter/media/post_attachments/wp-content/uploads/2022/02/b892b028-c75b-4fd4-878e-338dbc934762.jpg)
ଏହି ଷ୍ଟାଡିୟମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ୍ କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଖେଳାଳିମାନେ ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳିଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍ ସେଣ୍ଟରରେ ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ।
/odisha-reporter/media/post_attachments/wp-content/uploads/2022/02/bfb47c7a-e510-4947-bc9e-557e0a8c5ac3.jpg)
ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅୟର ମୁଖ୍ୟ ଫୁଟବଲ୍ ପଡିଆରେ ଚାଲିଥିବା ଓଡ଼ିଶା ମହିଳା ଫୁଟବଲ ଲିଗ୍ର ମ୍ୟାଚର ମଜା ଉଠାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳି ମାନଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା ଦଳକୁ ଆଗାମୀ ପ୍ରୋ-ଲିଗ୍ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ।
/odisha-reporter/media/post_attachments/wp-content/uploads/2022/02/d88c8b6b-6348-4cfb-a1a0-ea9ac59c5e9e.jpg)
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡ଼ା ପ୍ରକଳ୍ପ ନିର୍ମାଣ କରାଯାଉଛି। ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଇନ୍ଡୋର ଆଥଲେଟିକ ଷ୍ଟାଡିୟମ ଓ ଟେନିସ ସେଣ୍ଟର ସହିତ ଇନ୍ଡୋର ଆକ୍ୱାଟିକ୍ସ ଷ୍ଟାଡିୟମ, Hockey HPC Building ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/naveen1.jpg)