Advertisment

ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ଜୋରଦାର କସରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଓଡ଼ିଶା ଗସ୍ତରେ ଆସିଥିବା ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ ପ୍ରକ୍ରିୟା। ଆଜି ପ୍ରଥମ ଦିନରେ କେନ୍ଦ୍ରୀୟ ଜୋନ୍ ପାଇଁ ଭୁବନେଶ୍ୱର ଓ ସଦର୍ଣ୍ଣ ଜୋନ ଲାଗି ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଛି ସ୍କ୍ରିନିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର କଂଗ୍ରେସ ଭବନରେ ହୋଇଥିବା ବୈଠକରେ ନେତା ଓ କର୍ମୀଙ୍କ […]

୨୫ରେ ପୁଣି ଆସିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି

congress

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଓଡ଼ିଶା ଗସ୍ତରେ ଆସିଥିବା ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ ପ୍ରକ୍ରିୟା। ଆଜି ପ୍ରଥମ ଦିନରେ କେନ୍ଦ୍ରୀୟ ଜୋନ୍ ପାଇଁ ଭୁବନେଶ୍ୱର ଓ ସଦର୍ଣ୍ଣ ଜୋନ ଲାଗି ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଛି ସ୍କ୍ରିନିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।

Advertisment

ଭୁବନେଶ୍ୱର କଂଗ୍ରେସ ଭବନରେ ହୋଇଥିବା ବୈଠକରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ କଟକ ଓ ଭୁବନେଶ୍ୱର ଲୋକସଭା ଓ ଏହା  ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଦଳୀୟ ନେତା, ପଦାଧିକାରୀ, କର୍ମୀ ଓ ଆଶାୟୀଙ୍କ ସହ ଆଲୋଚନା କରିଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥୀସାନ୍।

ସେପଟେ ଦକ୍ଷିଣ ଓଡ଼ିଶା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବାକୁ ବ୍ରହ୍ମପୁରରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି। ବ୍ରହ୍ମପୁର ଓ ଆସିକା ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚମଣ୍ଡଳୀ ଲାଗି ଆଜି ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି।

Advertisment

ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ ଇଲେକ୍ସନ୍ କମିଟି, ପିଇସି ସୁପାରିଶ କରିଥିବା ୩ଟି ନାଁ ଉପରେ ତର୍ଜମା ଚାଲିଛି। ତିନ ଦିନର କସରତ ପରେ ସ୍କ୍ରିନିଂ କମିଟି ପ୍ରସ୍ତୁତ କରିଥିବା ତାଲିକା ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ କମିଟିକୁ ପଠାଯିବ।

ଟିକେଟ୍ ପ୍ରଦାନ କ୍ଷେତ୍ରରେ ଏଆଇସିସି ସ୍କ୍ରିନିଂ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ କିଛି ସ୍ଥାନରେ ଆଶାୟୀଙ୍କ ଭିଡ଼ ଜମୁଥିବା ବେଳେ ଏଆଇସିସି ନିୟମ ଅନୁସାରେ ଦଳ ନିର୍ଦ୍ଦିଷ୍ଟ ମାପକାଠି ଅନୁସରଣ କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେବଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ନୁହେଁ, କିଭଳି ସମଭାବାପନ୍ନ ଦଳଙ୍କ ସହ ମେଣ୍ଟ ହୋଇପାରିବ, ସେଥିନେଇ ମଧ୍ୟ କଂଗ୍ରେସ ପକ୍ଷରୁ ଉଦ୍ୟମ ଜାରି ରହିଛି। ସିପିଆଇ, ସିପିଏମ୍, ଜେଏମ୍ଏମ୍ ଭଳି ଦଳ ସହ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି। ସୂଚନା ଅନୁସାରେ କଂଗ୍ରେସ ଏମାନଙ୍କ ପାଇଁ ୪ଟି ଲୋକସଭା ଓ ପ୍ରାୟ ୨୦ଟି ବିଧାନସଭା ଆସନ ଛାଡ଼ିବ। ତେବେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ।

ପ୍ରଥମ ପର୍ଯ୍ୟାୟରେ ୧୧ ଲୋକସଭା ଓ ଏହା ଭିତରେ ଆସୁଥିବା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସାରିବାକୁ ଯୋଜନା କରିଛି କଂଗ୍ରେସ। ଏଥିପାଇଁ ୩ ଦିନିଆ ଗସ୍ତରେ ଆସିଥିବା ସ୍କ୍ରିନିଂ କମିଟି ଭୁବନେଶ୍ୱର, ବ୍ରହ୍ମପୁର, ନବରଙ୍ଗପୁର ଓ ଜୟପୁରରେ କ୍ୟାମ୍ପ୍ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe