Advertisment

ଚାଷୀ ମରୁଛନ୍ତି, ଋଣରେ ବୁଡ଼ିଥିବା ସରକାର ଆତ୍ମସନ୍ତୋଷରେ ବ୍ୟସ୍ତ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟର ଋଣବୋଝ ୯୨ହଜାର କୋଟିରେ ପହଞ୍ଚିଲାଣି। ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ଗଣମାଧ୍ୟମରେ ବିବୃତି ଦେଇ ସରକାର କେବଳ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏକ ପ୍ରେସ୍ ରିଲିଜରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନାବାର୍ଡ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ ରାଜ୍ୟରେ ୫୪ପ୍ରତିଶତ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ନିଜ ସ୍ଥିତି ରକ୍ଷା ପାଇଁ ବ୍ୟବସ୍ଥାକୁ ଦୁର୍ବଳ କରୁଛି ବିଜେଡି ସରକାର: କଂଗ୍ରେସ

niranjan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟର ଋଣବୋଝ ୯୨ହଜାର କୋଟିରେ ପହଞ୍ଚିଲାଣି। ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ଗଣମାଧ୍ୟମରେ ବିବୃତି ଦେଇ ସରକାର କେବଳ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Advertisment

ଏକ ପ୍ରେସ୍ ରିଲିଜରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନାବାର୍ଡ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ ରାଜ୍ୟରେ ୫୪ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ ଅଛନ୍ତି। କିନ୍ତୁ ଓଡ଼ିଶାରେ ବାସ୍ତବ ଚିତ୍ର ଭିନ୍ନ।

ରାଜ୍ୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ପରିବାର ଋଣଗ୍ରସ୍ତ। ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଓ ସାହୁକାରଙ୍କଠୁ ଚାଷ ପାଇଁ ଋଣ ନେଇଛନ୍ତି। ଆଉ ଚାଷରୁ ସେମାନେ ଯେତିକି ଆୟ କରୁଛନ୍ତି ତାହା ପରିବାର ଚଳାଇବାକୁ ଯଥେଷ୍ଟ ହେଉନଥିବାରୁ ସେମାନେ ଋଣ ପରିଶୋଧ କରିପାରୁନାହାନ୍ତି ଓ ସେଥିପାଇଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟୁଛି।

Advertisment

ଅନେକ ଚାଷୀ ନିଜର ବନ୍ଧୁବାନ୍ଧବଙ୍କଠୁ ମଧ୍ୟ ଋଣ ନେଉଛନ୍ତି।ସାଧାରଣ ଲୋକଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତା’ର ସମାଧାନ ଦିଗରେ ସରକାର ଆନ୍ତରିକତା ପ୍ରଦର୍ଶନ କରିବା ପରିବର୍ତ୍ତେ କେବଳ ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି।

ଯେଉଁ ଚାଷୀମାନେ ସାହୁକାର ଓ ବ୍ୟାଙ୍କଠୁ ଋଣ ଓ ହାତଉଧାରି ନେଉଛନ୍ତି ସେମାନେ ଋଣ ପରିଶୋଧ ନକରିବାରୁ ପରବର୍ତ୍ତୀ ସମୟରେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଚାଷୀଙ୍କୁ ଠିକ୍ ସମୟରେ ବିହନ, ସାର, କୀଟନାଶକ ଓ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ସେମାନଙ୍କୁ ମିଳୁନାହିଁ।

ଚାଷୀଙ୍କୁ ବଜାର ସଂଯୋଗ ନାହିଁ ଓ ଉତ୍ପାଦିତ କୃଷିଦ୍ରବ୍ୟକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ତେଣୁ ଚାଷୀ ହତାଶାରେ ଦିନ କାଟୁଛି। ଏସବୁ ସତ୍ତ୍ୱେ ଚାଷୀ ପାଖରେ ବିକଳ୍ପ ରୋଜଗାର ବ୍ୟବସ୍ଥା ନଥିବାରୁ ଚାଷକୁ ବାଛି ନେଉଛି। ତଥାପି ଏବେ ଗ୍ରାମାଂଚଳରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଛି।

ରାଜ୍ୟର ଋଣ ବୋଝ ୯୨ହଜାର କୋଟି ଟଙ୍କାରେ ପହଂଚିଲାଣି। ଏହା ରାଜ୍ୟର ମୋଟ ଜିଡିପିର ପ୍ରାୟ ୨୦.୭୩ ପ୍ରତିଶତ। ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୦୯-୧୦ରେ ରାଜ୍ୟର ଋଣଭାର ୩୭,୭୩୦କୋଟି ଟଙ୍କା ଥିବାବେଳେ ତାହା ୨୦୧୪-୧୫ରେ ୪୩,୨୭୩କୋଟି ଓ ଏବେ ୯୨ହଜାର କୋଟିରେ ପହଞ୍ଚିଲାଣି।

ତଥାପି ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ବିଜେଡି ଭୋଟ ପାଇବାକୁ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦେଉଛି। ସଚେତନ ରାଜ୍ୟବାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।