Advertisment

କଂଗ୍ରେସରେ ବିପର୍ଯ୍ୟୟ, ୪ର୍ଥ ପ୍ରାର୍ଥୀ ଦଳ ଛାଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ କଂଗ୍ରେସରେ ଏବେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଦଳର ଜଣେ ପରେ ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯାହାକି ନିର୍ବାଚନ ସମୟରେ କଂଗ୍ରେସରେ ଥିବା ତୀବ୍ର ଅସନ୍ତୋଷକୁ ପଦାରେ ପକାଇଛି। ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଆଜି ଗୋଟିଏ ଦିନରେ ଘୋଷିତ ହୋଇଥିବା ଦଳର ଅନ୍ୟ ଦୁଇଜଣ […]

author-image
Manoranjan Sial
କଂଗ୍ରେସରେ ବିପର୍ଯ୍ୟୟ, ୪ର୍ଥ ପ୍ରାର୍ଥୀ ଦଳ ଛାଡ଼ିଲେ

Odisha-congress-in-deep-trouble-as-party-candidates-refuse-to-fight-and-even-quit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ କଂଗ୍ରେସରେ ଏବେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଦଳର ଜଣେ ପରେ ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯାହାକି ନିର୍ବାଚନ ସମୟରେ କଂଗ୍ରେସରେ ଥିବା ତୀବ୍ର ଅସନ୍ତୋଷକୁ ପଦାରେ ପକାଇଛି। ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଆଜି ଗୋଟିଏ ଦିନରେ ଘୋଷିତ ହୋଇଥିବା ଦଳର ଅନ୍ୟ ଦୁଇଜଣ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ,ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।

Advertisment

ପୂର୍ବତନ ସାଂସଦ ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀ ଶ୍ରୀ ତରାଇ ଆଜି ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଶ୍ରୀ ତରାଇ ଜଗତସିଂହପୁର ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ ଥିଲେ। ସେ ଏନେଇ ଦଳର ନେତୃବୃନ୍ଦଙ୍କୁ ଅବଗତ କରିଥିଲେ। ତାଙ୍କର ଆସନରେ ପରିବର୍ତ୍ତନ ହେବ ବୋଲି ସେ ଆଶାବାଦୀ ଥିଲେ। କିନ୍ତୁ ତାଙ୍କୁ ଦଳ ତିର୍ତ୍ତୋଲ ବିଧାନସଭା ଆସନରେ ଲଢ଼ିବା ପାଇଁ ଚାପ ପକାଇବାରୁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ନିଜର ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଶ୍ରୀ ତରାଇ ସମ୍ଭବତଃ ବିଜେପିରେ ସାମିଲ ହୋଇ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଜଗତସିଂହପୁର ଲୋକସଭା ଆସନରୁ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଶ୍ରୀମତୀ ମଲ୍ଲିକ ପୂର୍ବରୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖି କାମ କରୁଥିଲେ।

ସୂଚନାଯୋଗ୍ୟ, ଦଳର କବିସୂର୍ଯ୍ୟନଗରରୁ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ବେଗୁନିଆରୁ ଦଳୀୟ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାଇଛନ୍ତି। ପୃଥ୍ୱୀଙ୍କ ଅନିଚ୍ଛା ପ୍ରକାଶ କରିବାର କିଛି ଘଣ୍ଟା ନପୁରୁଣୁ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

Advertisment