congress-23199999
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ଅର୍ଥାଭାବ ଦର୍ଶାଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏବେ ଆର୍ଥିକ ସହଯୋଗ ଲୋଡ଼ାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତ ବୁଧବାର ଦିନ ଦଳର ଏଭଳି ଆର୍ଥିକ ଦୁଃସ୍ଥିତି ସମ୍ପର୍କରେ ସୂଚନା ଦେବାପରେ ଆଜି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜାରି କରିଛନ୍ତି। ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସିଣ୍ଡିକେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର-୮୦୦୧୨୨୦୦୦୧୬୦୪୮, ଆଇଏଫଏସସି କୋଡ୍ - ଏସୱାଇଏନବି୦୦୦୮୦୦୧ରେ ନଗଦ ଅବା ଚେକ୍ ଆକାରରେ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି। କଂଗ୍ରେସ ନେତୃବୃନ୍ଦ, ପଦାଧିକାରୀ, ଶୁଭେଚ୍ଛୁ ଓ ବଦାନ୍ୟ ବ୍ୟକ୍ତିମାନେ ନିଜର ସାମର୍ଥ୍ୟ ଅନୁସାରେ ସହାୟତା ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏପର୍ଯ୍ୟନ୍ତ ଯେତିକି ଅନୁଦାନ ମିଳିଛି ସେଥିପାଇଁ ପ୍ରେରକମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହକ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦଳର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣମାଧ୍ୟମରେ ୩ଥର ମୁହଁ ଖୋଲି ସାରିଲେଣି। ଏପରିକି ଦଳ ପାଖରେ ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଅର୍ଥ ନାହିଁ ଓ ଦଳୀୟ ପ୍ରାର୍ଥୀ ନିରାଡ଼ମ୍ବର ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/congress-23199999.jpg)