Advertisment

ବିଜେଡି ମହିଳା ସମାବେଶ ବନାମ କଂଗ୍ରେସର ‘ମହିଳା ଆକ୍ରୋଶ ଯାତ୍ରା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନମୁହାଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ରାଜ୍ୟରେ ମହିଳା ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଜୋଶରେ ଲାଗିପଡ଼ିଛନ୍ତି। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ‘ମହିଳା ସମାବେଶ’ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ରାଜ୍ୟବ୍ୟାପୀ ‘ମହିଳା ଆକ୍ରୋଶ ଯାତ୍ରା’ କରିବ ବୋଲି ଘୋଷଣା କରିଛି। ଶାସକ ବିଜେଡି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରତି ନିର୍ବାଚନମଣ୍ଡଳୀରେ କରିବାକୁ ଥିବା ମହିଳା ସମାବେଶକୁ ମୁକାବିଲା […]

ବିଜେଡି ମହିଳା ସମାବେଶ ବନାମ କଂଗ୍ରେସର ‘ମହିଳା ଆକ୍ରୋଶ ଯାତ୍ରା’

ssss

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନମୁହାଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ରାଜ୍ୟରେ ମହିଳା ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଜୋଶରେ ଲାଗିପଡ଼ିଛନ୍ତି।

Advertisment

ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ‘ମହିଳା ସମାବେଶ’ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ରାଜ୍ୟବ୍ୟାପୀ ‘ମହିଳା ଆକ୍ରୋଶ ଯାତ୍ରା’ କରିବ ବୋଲି ଘୋଷଣା କରିଛି।

ଶାସକ ବିଜେଡି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରତି ନିର୍ବାଚନମଣ୍ଡଳୀରେ କରିବାକୁ ଥିବା ମହିଳା ସମାବେଶକୁ ମୁକାବିଲା କରିଵା ପାଇଁ କଂଗ୍ରେସ ସେପ୍ଟେମ୍ବର ୨୦ରୁ ୩୦ ତାରିଖ ମଧ୍ୟରେ ‘ମହିଳା ଆକ୍ରୋଶ ଯାତ୍ରା’ କରିବ।

Advertisment

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଉଭୟ ବିଜେଡି ଓ ବିଜେପିର ଶାସନରେ ମହିଳାମାନେ ପ୍ରତାରିତ ହେବା ସହ ସେମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି।

"ରାଜ୍ୟରେ ଏକ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ପ୍ରସ୍ତାବିତ ମହିଳା ଆକ୍ରୋଶ ଯାତ୍ରା ରାଜ୍ୟର ମହିଳାମାନଙ୍କୁ ସଂଗଠିତ କରି ଏହାର ଦୃଢ଼ ପ୍ରତିବାଦ କରିବା ନିମନ୍ତେ ଉଦ୍ଦିଷ୍ଟ" ବୋଲି ସେ କହିଛନ୍ତି।

ରାଜ୍ୟର ୪୦ ପ୍ରତିଶତ ମହିଳା ରକ୍ତହୀନତା ଓ ପୃଷ୍ଟିହୀନତା ଶିକାର ହୋଇଥିବାବେଳେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ଯୋଗୁ ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁପାରୁ ନାହିଁ। ମହିଳା କର୍ମନିଯୁକ୍ତି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସ ଅଭିଯୋଗ କରିଛି।

ଅପରପକ୍ଷରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ସେବା ଦିବସ ପାଳନ କରାଯାଇ ସାଂଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ଦଳ ଲକ୍ଷ୍ୟ ରଖିଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଶେଷଭାଗରେ ୩ ପ୍ରମୁଖ ଦଳର ପରସ୍ପରବିରୋଧୀ ରାଜନୀତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe