Advertisment

ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କଂଗ୍ରେସ ପୁନର୍ଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ  ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ […]

author-image
Manoranjan Sial
ରାଜ୍ୟବାସୀଙ୍କୁ ଲଲିପପ୍ ଦେଖାଇବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

congress-23199999

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ  ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ ପାଇଁ ରାଜ୍ୟବ୍ୟାପୀ ପଦଯାତ୍ରା ନିମନ୍ତେ ସ୍ଥିର ହୋଇଛି।

Advertisment

ଆଜି କଂଗ୍ରେସ ଭବନରେ ଏଆଇସିସି ପ୍ରତିନିଧିଙ୍କ ଉପସ୍ଥିତିରେ ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମାରାଥନ ବୈଠକ ଚାଲିଥିଲା। ବୈଠକରେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ସମେତ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗ ଦେଇଥିଲେ। ବୈଠକ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପିସିସିର ସମସ୍ତ କମିଟି ଖୁବଶୀଘ୍ର ପୁନର୍ଗଠନ କରାଯିବ। ଯେଉଁମାନେ ଗତ ନିର୍ବାଚନରେ ବରିଷ୍ଠ ସହ ଦଳ ପାଇଁ କାର୍ଯ୍ୟ କରିଥିଲେ ଓ ସେମାନଙ୍କର ଦକ୍ଷତାକୁ ବିଚାରକୁ ନେଇ ଦାୟିତ୍ୱ ନ୍ୟସ୍ତ କରାଯିବ। କମିଟିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ। ବରିଷ୍ଠ ନେତାମାନେ ବି କମିଟିରେ ରହିବେ। ଆଉ ଜୋନ୍ କମିଟି ଗଠନ କରାନଯାଇ ଏଣିକି ବ୍ଲକ କମିଟି ମାଧ୍ୟମରେ ସଂଗଠନକୁ ପରିଚାଳନା କରାଯିବ। କଂଗ୍ରେସକୁ ପୁଣିଥରେ ସୁସଂଗଠିତ କରିବା ପାଇଁ ଯାହା ଆବଶ୍ୟକ ପଡ଼ିବ ସେଭଳି ପଦକ୍ଷେପ ନିଆଯାଉଛି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଅକ୍ଟୋବର ୨ତାରିଖରେ ରାଜ୍ୟସ୍ତରରେ ପଦଯାତ୍ରା ଓ ସଭା ଏବଂ ୯ ତାରିଖରେ ଜିଲ୍ଲାସ୍ତରରେ ପଦଯାତ୍ରା ଓ ସଭା କରାଯିବ। ୧୪ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ପଦଯାତ୍ରା ଓ ସଭା କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ଚଳିତମାସ ରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଛି।

ସେହିପରି ନିରଞ୍ଜନଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ବୈଠକ ସମ୍ପର୍କରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଲକ୍ଷେ ବିଲେଇରେ ମୂଷା ମରେ ନାହିଁ। ଜୋନ, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ସଭାପତି ରହିବାର କୌଣସି ଆବଶ୍ୟକତା ନାହିଁ। ଏଆଇସିସି ସମ୍ପାଦକ, କାର୍ଯ୍ୟକାରୀ ସଭାପତି ରହି ଗତ ନିର୍ବାଚନରେ କ’ଣ କଲେ। ଏଆଇସିସିର ୪ଜଣ ସମ୍ପାଦକ ତୁଚ୍ଛାକୁ ଆସିଥିଲେ। ଟିକେଟ୍ ବଣ୍ଟନବେଳେ ଗୋଷ୍ଠୀକନ୍ଦଳକୁ ଏମାନେ ହିଁ ବଢ଼ାଇ ଦେଲେ। କଂଗ୍ରେସ ଦଳର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର। ଦଳର ବହୁ କ୍ଷତି ହେଲା। ରାଜ୍ୟ ସଭାପତିଙ୍କ ଉପରେ ବିଶ୍ୱାସ ରଖିଲେ ହିଁ କଂଗ୍ରେସ ଉଧେଇବ ନଚେତ୍ ନାହିଁ।

Advertisment

ସୂଚନାଯୋଗ୍ୟ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ କଂଗ୍ରେସ ଭବନରେ ଦଳର ନେତାମାନେ ବିଭନ୍ନ ସାଂଗଠନିକ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ।