Advertisment

ସଂଗଠନ ସୁଦୃଢ଼ ଓ ଗାନ୍ଧିଙ୍କ ପାଇଁ କାର୍ଯ୍ୟକ୍ରମର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ପ୍ରଦେଶ କଂଗ୍ରେସ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ଯାହାକି ଆସନ୍ତା ୨ତାରିଖ ଗାନ୍ଧିଜୟନ୍ତୀରୁ ଆରମ୍ଭ ହେବ। ଏହାସହିତ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁଙ୍କ […]

ନବୀନଙ୍କ ନେତୃତ୍ୱରେ ଲଜ୍ଜାଜନକ ପ୍ରଦର୍ଶନ କରୁଛି ରାଜ୍ୟ ପୁଲିସ: କଂଗ୍ରେସ

congress-23199999

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ପ୍ରଦେଶ କଂଗ୍ରେସ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ଯାହାକି ଆସନ୍ତା ୨ତାରିଖ ଗାନ୍ଧିଜୟନ୍ତୀରୁ ଆରମ୍ଭ ହେବ। ଏହାସହିତ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗାନ୍ଧି ଜୟନ୍ତୀରୁ କଂଗ୍ରେସ ତା’ର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିବ। ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଓଡ଼ିଶା ଗସ୍ତରେ ଆସି ୨ତାରିଖରେ ଭୁବନେଶ୍ୱର ଜନତା ମଇଦାନ ନିକଟସ୍ଥ ଗାନ୍ଧି ପାର୍କରେ ଥିବା ଗାନ୍ଧି ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଦିନ ସେ ନିଶ୍ଚିତକୋଇଲି ଯାଇ ସେଠାରେ ପଦଯାତ୍ରା ଓ ସାଧାରଣ ସଭାରେ ଯୋଗ ଦେବେ। ଏହାସହିତ ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ମିଳିଛି। ୩ ତାରିଖରେ ଶ୍ରୀ ସିଂ ବିଜେପୁର ଯାଇ ସେଠାରେ ନିର୍ବାଚନ ପ୍ରଚାର କରିବେ। ଦଳ ପକ୍ଷରୁ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ। ୪ତାରିଖରେ ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ବୁଦ୍ଧିଜୀବୀଙ୍କ ସମାବେଶରେ ଶ୍ରୀ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ସିଂଙ୍କ କାର୍ଯ୍ୟକ୍ରମ ବ୍ୟତୀତ ଦଳର ପ୍ରେରକମାନଙ୍କ ଏକ ପ୍ରଶିକ୍ଷଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ପ୍ରତ୍ୟେକ ଜିଲ୍ଲାରୁ ୪-୫ଜଣ ପ୍ରେରକ ଏହି ବୈଠକରେ ଯୋଗ ଦେବେ। ସନ୍ଧ୍ୟାରେ ସେମାନଙ୍କ ସହ ଦଳର ବରିଷ୍ଠ ନେତାମାନେ ବୈଠକ କରି ଜିଲ୍ଲାସ୍ତରରେ ଦଳର ସଂଗଠନକୁ କିଭଳି ସୁଦୃଢ଼ କରିହେବ ସେ ବିଷୟରେ ପରାମର୍ଶ ଦେବେ। ଦଳ ବିଜେପୁର ଉପନିର୍ବାଚନ ଉପରେ ଫୋକସ କରିବା ସହ ରାଜ୍ୟବ୍ୟାପୀ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ସହପ୍ରଭାରୀ ରୁଦ୍ରରାଜୁଙ୍କ ଉପସ୍ଥିତିରେ କଂଗ୍ରେସ ସେବାଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଠକରେ ଗାନ୍ଧିଜୀଙ୍କ ଦର୍ଶନ ଓ ବିଚାରକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବା ପାଇଁ ସେବା ଦଳ ବିଭିନ୍ନ କାର୍ଯ୍ୟକ୍ରମ କରିବ। ବର୍ଷକ ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ସହଯୋଗୀ ପ୍ରଶିକ୍ଷଣ ଶିବିର, ଗାନ୍ଧୀ ଯୁବ ନେତୃତ୍ୱ ତାଲିମ ଶିବିର, କସ୍ତୁରବା ମହିଳା ସମ୍ମିଳନୀ, ଗାନ୍ଧୀ ଚେତନା ଯାତ୍ରା, ସଂଗ୍ରାମୀ ସେବା ସମ୍ମାନ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ବୃକ୍ଷରୋପଣ, କୁଷ୍ଠ ସେବା, ଓଡିଶାରେ ଗାନ୍ଧୀ ଶୀର୍ଷକ କର୍ମଶାଳା, ଗାନ୍ଧୀ ଶିଶୁ ପ୍ରତିଭା ମହୋତ୍ସବ ଇତ୍ୟାଦି କରିବାକୁ ନିଷ୍ପତ୍ତିି ନିଆଯାଇଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe