Advertisment

ଉଠବସ ହେଲେ ସିଆରସିସି

ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍‌ କରିବେନି ବୋଲି କହି କାନଧରି ବସଉଠ ହୋଇଥିଲେ ସିଆରସିସି।

Advertisment

ପିଲାଙ୍କ ବହି କବାଡିଆଙ୍କୁ ବିକ୍ରି କରି ନିଲମ୍ବିତ ହେଲେ ସିଆରସିସି। ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି ବୋଲଗଡ଼ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର ସେଣ୍ଟରକୁ ୧୦ଟି ସ୍କୁଲକୁ ଦେବା ପାଇଁ ବହି ଆସିଥିଲା। ଖରା ଛୁଟି ପାଇଁ ସ୍କୁଲ ବନ୍ଦ ଥିବାରୁ  ପିଲାମାନଙ୍କୁ ବହି ବଣ୍ଟନ କରାଯାଇ ନଥିଲା। ଦେଉଳି କ୍ଲଷ୍ଟର ସେଣ୍ଟରକୁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ କୁଇଣ୍ଟାଲ ବହିକୁ କବାଡିଆ ବାଲାକୁ ବିକ୍ରି କରୁଥିଲେ ସିଆରସିସି ମନମୋହନ ମିଶ୍ର। ମୂଲଚାଲ ବି ହୋଇ ସାରିଥିଲା। ହେଲେ କବାଡ଼ିବାଲା ବହି ନେଇ ସେଠାରୁ ଯିବା ପୂର୍ବରୁ ପହଞ୍ଚି ଯାଇଥିଲେ ଗ୍ରାମବାସୀ। ପିଲାଙ୍କୁ ବହି ନ ଦେଇ କାହିଁକି ବିକୁଛ ବୋଲି ସେମାନେ ସିଆରସିସିଙ୍କୁ ପଚାରିଥିଲେ। ଗ୍ରାମବାସୀ ପ୍ରଶ୍ନବାଣରେ ମନମୋହନ ଘାଇଲା ହୋଇଯାଇଥିଲେ। ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍‌ କରିବେନି ବୋଲି କହି କାନଧରି ବସଉଠ ହୋଇଥିଲେ।

Advertisment
Odisha Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe