Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ। କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି,  IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ପୁଲିସର ଥାର୍ଡ ଡିଗ୍ରୀ!

pradeep

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ। କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି,  IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

Advertisment

ଆଜି ସଞ୍ଜ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲେ। ଏଥିପାଇଁ ନୋଟିସ୍‌ କରି ନଥିଲା। ବିନା ନୋଟିସ୍‌ ପ୍ରଦୀପଙ୍କୁ ଉଠାଇଥିବାରୁ ପ୍ରଦୀପଙ୍କ ପତ୍ନୀ ସୁଜାତା ବିବ୍ରତ ହୋଇ ପଡ଼ିଥିଲେ। ଏହା ପରେ ସୁଜାତା ପାଣିଗ୍ରାହୀ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ। ମୋ ସ୍ୱାମୀ କଣ ନକ୍ସଲ ?  ତାଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ, ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇ ନେଲେ ବୋଲି ସୁଜାତା ପ୍ରଶ୍ନ କରିଥିଲେ।

ଏହା କିଛି ସମୟ ପରେ କ୍ରାଇମବ୍ରାଞ୍ଚ ଟ୍ୱିଟ୍‌ କରିଥିଲା। ପ୍ରଦୀପଙ୍କୁ ଗିରଫ କରାଯାଇଥିବା କହିଥିଲା।

Advertisment