Advertisment

ଗିରଫ ଜଳେଶ୍ୱର ବିଡିଓ ଠୁଳ କରିଛନ୍ତି ୪୫୦ ପ୍ରତିଶତ ଆୟବହିର୍ଭୂତ ଧନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ନିଜସ୍ୱ ଆୟ ଠାରୁ ୪୫୦% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦେଇଛି ସୂଚନା। ବିଡିଓ ଅଶ୍ୱିନୀ ଦାସଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। […]

author-image
Niranjan Mishra
ଅଦ୍ୟତନ ହୋଇଛି
ଗିରଫ ଜଳେଶ୍ୱର ବିଡିଓ ଠୁଳ କରିଛନ୍ତି ୪୫୦ ପ୍ରତିଶତ ଆୟବହିର୍ଭୂତ ଧନ

BDO

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ନିଜସ୍ୱ ଆୟ ଠାରୁ ୪୫୦% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦେଇଛି ସୂଚନା। ବିଡିଓ ଅଶ୍ୱିନୀ ଦାସଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ।

Advertisment

ଶ୍ରୀ ଦାସଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ଠାରୁ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ତା’ ମଧ୍ୟରେ ରହିଥିଲା ୨୪ଟି ପ୍ଲଟ୍, କଟକ ୪୨ ମୌଜାର କାଳପଡ଼ାରେ ଏକ ତିନି ମହଲା କୋଠା ସହିତ ଇଟା ଫ୍ୟାକ୍ଟ୍ରି, ଝିଙ୍କିରିଆ, ବ୍ରହ୍ମପୁର ଓ କଟକରେ ଗୋଟିଏ ଲେଖାଏଁ ଦୁଇ ମହଲା କୋଠା, ବ୍ୟାଙ୍କ ଜମା ଓ ବୀମା ଜମା ମିଶି ୭୩.୯୧ ଲକ୍ଷ ଟଙ୍କା,  ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା, ୪୨.୫୭ ଲକ୍ଷ ଟଙ୍କାର ସୁନା (୧.୦୨୮କେଜି) ଓ ରୁପା (୩.୬୩୨ କେଜି) ଗହଣା, ୪୦ ଲକ୍ଷରୁ ଅଧିକ ମୂଲ୍ୟର ୪ଟି ଚାରି ଚକିଆ ଗାଡ଼ି (ଇନୋଭା, ସ୍କୋର୍ପିଓ, ଏମ୍ଜି ହେକ୍ଟର ଓ ନାନୋ) ଏବଂ ୩୯.୮୧ ଲକ୍ଷ ଟଙ୍କାର ୩ଟି ବାଇକ୍ ଓ ଅନ୍ୟ ଘର ଉପକରଣ।

ଅଶ୍ୱିନୀ ଦାସ ୧୯୯୫ ମସିହାରେ କୃଷି ବିଭାଗରେ ଜଣେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୫ରେ ସେ ଓଆରଏସ୍‌କୁ ପଦୋନ୍ନତି ପାଇ ସୁନ୍ଦରଗଡ଼ର କୁତ୍ରା ଓ କଟକର ନିଆଳି ଆଦି ସ୍ଥାନରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ସେ ଜଗତସିଂହପୁରର ରଘୁନାଥପୁର, ଯାଜପୁରର ଦୋଳିପୁର ଓ ଖୋର୍ଦ୍ଧାର ଜଟଣୀରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରେ ତାଙ୍କୁ ଓଏଏସ୍ ଅଫିସର ଭାବେ ପଦୋନ୍ନତି ମିଳିଥିଲା। ଏହା ପରେ ସେ ଟାଙ୍ଗି ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ତା’ ପରେ କେନ୍ଦ୍ରାପଡ଼ା ବିଡିଓ ହୋଇଥିଲେ। ଏବେ ସେ ଜଳେଶ୍ୱର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି।

Advertisment