Advertisment

ପ୍ଲାଜମା ଥେରାପିରେ ୧୦୪ ସୁସ୍ଥ, ମୁଖ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ୧୦୪ ଜଣ ଆକ୍ରାନ୍ତ ପ୍ଲାଜ୍‌ମା ଥେରାପି ଜରିଆରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଭିନନ୍ଦନ ଜଣାଇଛି। pic.twitter.com/D9Pv26hnR7 — H & FW Dept Odisha (@HFWOdisha) August 30, 2020 ବିଭାଗ ପକ୍ଷରୁ କୁହାଯାଇଛି, ଆଜି ଓଡ଼ିଶାରେ ୧୦୪ ଜଣ ଆକ୍ରାନ୍ତ ପ୍ଲାଜମା ଥେରାପି […]

author-image
Subrat Kumar Nayak
ପ୍ଲାଜମା ଥେରାପିରେ ୧୦୪ ସୁସ୍ଥ, ମୁଖ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

Plasma22

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ୧୦୪ ଜଣ ଆକ୍ରାନ୍ତ ପ୍ଲାଜ୍‌ମା ଥେରାପି ଜରିଆରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଭିନନ୍ଦନ ଜଣାଇଛି।

Advertisment

https://twitter.com/HFWOdisha/status/1300082496168632324?s=20

ବିଭାଗ ପକ୍ଷରୁ କୁହାଯାଇଛି, ଆଜି ଓଡ଼ିଶାରେ ୧୦୪ ଜଣ ଆକ୍ରାନ୍ତ ପ୍ଲାଜମା ଥେରାପି ଜରିଆରେ ସୁସ୍ଥ ହେବାର ବିରଳ ସଫଳତା ହାସଲ କରିଛି। ଏହା ପ୍ରଶଂସନୀୟ ସଫଳତା। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରି ଏହି ଥେରାପିକୁ ସଫଳ କରାଇ ପାରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

https://twitter.com/Naveen_Odisha/status/1300102505380995074?s=20

ଏହି ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍‌ ଯୋଗେ କହିଛନ୍ତି, “ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂରା ପ୍ଲାଜମା ଥେରାପି ଟିମ୍ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଯେଉଁମାନେ ପ୍ଲାଜମା ଥେରାପିରେ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ମାଇଲଷ୍ଟୋନ୍ ହାସଲ କରିବାରେ ସହାୟକ ହୋଇଛନ୍ତି। ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିବା ଏବଂ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଥିବା ସମସ୍ତଙ୍କୁ ଧନ୍ୟବାଦ।”

Advertisment