Advertisment

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ନବୀନ : ସଭାସମିତି, ବିବାହ ଓ ବ୍ରତକୁ ନେଇ ସତର୍କତା ଜାରି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନାର କୋକୁଆ ଭୟରେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏଚଓ ମଧ୍ୟ କୋଭିଡ୍-୧୯କୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିସାରିଲାଣି। ଏପଟେ ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏଯାବତ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ମଧ୍ୟ ଗଲାଣି। ତେବେ ଏ ସବୁକୁ ଦୃଷ୍ଟିରେ ରଖି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କରୋନା ମୁକାବିଲା ପାଇଁ ଏକ ବଡ଼ […]

ଅଦ୍ୟତନ ହୋଇଛି
କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ନବୀନ : ସଭାସମିତି, ବିବାହ ଓ ବ୍ରତକୁ ନେଇ ସତର୍କତା ଜାରି

cobid19-660-1

Advertisment

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନାର କୋକୁଆ ଭୟରେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏଚଓ ମଧ୍ୟ କୋଭିଡ୍-୧୯କୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିସାରିଲାଣି। ଏପଟେ ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏଯାବତ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ମଧ୍ୟ ଗଲାଣି। ତେବେ ଏ ସବୁକୁ ଦୃଷ୍ଟିରେ ରଖି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କରୋନା ମୁକାବିଲା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ କରୋନା ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏହାର ମୁକାବିଲା ପାଇଁ  ରାଜ୍ୟ କ୍ୟାବିନେଟ୍ ୨୦୦ କୋଟି ଅର୍ଥରାଶି ମଞ୍ଜୁରି ଦେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ସତ୍ତ୍ୱେ ଆମକୁ ଏକାଠି ହୋଇ ଏହାର ମୁକାବିଲା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ମାରାତ୍ମକ ଭୂତାଣୁର କୌଣସି ଉପଚାର ନ ଥିବାବେଳେ, କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ। ଏଣୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଓ ସ୍ଥିତି ସମୀ‍କ୍ଷା କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ଏବଂ ସଚିବସ୍ତରୀୟ କମିଟି ଗଠନ କରାଯିବ। ଏହାସହ ଆବଶ୍ୟକ ଔଷଧ, ସରଞ୍ଜାମ ମହଜୁଦ ରଖିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଶନ୍ ମୋଡରେ ରାଜ୍ୟରେ କରୋନା ମୁକାବିଲା କରାଯିବ। ଏଣୁ ଭୟଭୀତ ନ ହୋଇ ପ୍ରସ୍ତୁତ ରହିବା ଆବଶ୍ୟକ। ଅନ୍ୟପଟେ ବାହାରେ ପାନ ଛେପ ନ ପକାଇବାକୁ, ଯଥାସମ୍ଭବ ଗହଳି ସ୍ଥାନରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭାରତରେ କରୋନା ଆତଙ୍କର ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସିନେମା ହଲ୍, ସୁଇମିଂ ପୁଲ୍, ସେମିନାର, ୱାର୍କଶପ୍, କନଫରେନ୍ସ ସବୁ  ବନ୍ଦ ରହିବ। ସେହିପରି ବିବାହ ତଥା ଯେକୌଣସି ସାମାଜିକ କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥାନୀୟ ଅଧିକାରୀମାନେ ନିୟନ୍ତ୍ରଣ କରିବା ସହ ଏହା ଉପରେ ନଜର ରଖିବେ। ଏହାବ୍ୟତୀତ ନିୟମିତ ଭାବେ ହାତ ଧୋଇବା ସହ ସ୍ୱଚ୍ଛତା ପାଳନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପଟେ କରୋନା ଭୂତାଣୁ ଜଡ଼ିତ କୌଣସି ଅପପ୍ରଚାର, ମିଥ୍ୟା ସୂଚନା ତଥା ଦାୟିତ୍ୱହୀନ ଆଚରଣକୁ ସଜ୍ୟ କରାଯିବ ନାହିଁ। ଏଭଳି ‍କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ନିଜ ବିବୃତି ରଖିବା ବେଳେ କହିଛନ୍ତି।

Advertisment

ଅନ୍ୟପଟେ କରୋନା ସତର୍କତା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଏକ ଗୁରୁତର ସମସ୍ୟା। ଏନେଇ ସଚେତନ କରାଯିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆୟୋଜନ ହେବାକୁ ଥିବା ସବୁ ବୈଠକ ଓ କର୍ମଶାଳାକୁ ରଦ୍ଦ କରାଯିବ। ସେହିଭଳି ଗୋଟିଏ ସ୍ଥାନରେ ଜନଗହଳିକୁ ରୋକାଯିବ। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ତେବେ ବିବାହ ବନ୍ଦ କରି ହେବନି, କିନ୍ତୁ ବହୁ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe