Advertisment

୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିଳେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରିକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ତେଣେ ଆଜି ସ୍ଥାନୀୟ ସିଜେଏମଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ କୋର୍ଟ ତାଙ୍କୁ ୭ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ। ଆଜି ତାଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରି […]

ଅଦ୍ୟତନ ହୋଇଛି
୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ସୁବାସ ପାଣିଗ୍ରାହୀ

suabas Panigrahi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିଳେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରିକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ତେଣେ ଆଜି ସ୍ଥାନୀୟ ସିଜେଏମଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ କୋର୍ଟ ତାଙ୍କୁ ୭ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ।

Advertisment

ଆଜି ତାଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରି ଦେବଗଡ଼ ନେବା ବେଳେ ସେ ବାଟରେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ପାଇଁ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେପଟେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରି ପ୍ରତିବାଦରେ ବିଜେପି ପକ୍ଷରୁ ଆସନ୍ତାକାଲି ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ବିଜେପି ମୁଖ୍ୟ ସଚେତକ ମୋହନ ମାଝି ଏନେଇ ସୂଚନା ଦେଇଛନ୍ତି। ଏଥିସହ ସେ ତିଲେଇବଣି ବିଡିଓଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

Advertisment

ସେହିପରି ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫଦାରିକୁ ବିରୋଧ କରି ବିଜେପି ବିଧାୟକ, ନେତା ଓ ବହୁ ସମର୍ଥକ ଆଜି ଦେବଗଡ଼ ଥାନା ଘେରାଉ କରିଥିଲେ। ଯାହା ମଧ୍ୟରେ ବିଜେପି ବିଧାୟିକା କୁସୁମ ଟେଟେ, ଭବାନୀ ଭୋଇ, ପୂର୍ବତନ ବିଧାୟକ ରବି ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ ପ୍ରମୁଖ ଥିଲେ। ଏହି ନେତାମାନେ ଥାନା ଆଗରେ ଧାରଣା ଦେବା ସହିତ ପୁଲିସ ବିରୋଧରେ ନାରାବାଜି କରିଥିଲେ।

ବିଡିଓଙ୍କୁ ମାଡ଼ ଅଭିଯୋଗରେ  ଗିରଫ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା। ତେବେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ବିରୋଧରେ ସୁବାସ ମଧ୍ୟ ଏକ ଅଭିଯୋଗ କରିଛନ୍ତି। ହେଲେ ପୁଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ଯାହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ରାଜ୍ୟ ବିଜେପି।

ରାଜ୍ୟ ବିଜେପି  ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମେ ଏତଲା ଦେଲେ ବିଧାୟକ। ପରେ ବିଡିଓଙ୍କ ଏତଲା ହୋଇଥିଲା। ଅଥଚ ବିଧାୟକଙ୍କୁ ଗିରଫ କରାଗଲା। କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ବିଧାୟକ ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ବିଡିଓଙ୍କ ଠାରୁ ଆଗୁଆ ସମୟ ମାଗିଥିଲେ। ହେଲେ ବିଡିଓ ତାଙ୍କୁ ଗୋଟିକ ପରେ ଗୋଟିଏ ଜାଗାକୁ ଡାକି ଦେଖାନଥିଲେ। ବିଧାୟକ ଏହାର କାରଣ ପଚାରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ବିଡିଓ ତାଙ୍କ କଲର ଧରିଥିବା ଏବଂ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ। ସୁବାସ ଗିରଫଦାରି ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ସୁବାସଙ୍କୁ ଗିରଫ କରାଯିବା ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ସହ ସମାନ ବୋଲି ଟୁଇଟ୍ କରିଛନ୍ତି  ଲେଖିଛନ୍ତି। ସେ ହାହୁରି ଲେଖିଛନ୍ତି, ଜନପ୍ରତିନିଧିମାନଙ୍କୁ ଅପମାନିତ କରିବା ବିଜେଡି ସରକାରର ଷଡ଼ଯନ୍ତ୍ର। ବିଜେଡି ମନମୁଖୀ ଶାସନ ଚଳାଇଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହାର ଜବାବ ରଖି କହିଛନ୍ତି, ବିଧାୟକ ଆଇନ ଅନୁସାରେ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଦେବଗଡ଼ ପୁଲିସ ଗିରଫ କରିଥିଲା। ତାଙ୍କ ସହିତ ଅନ୍ୟ ୨ ସହଯୋଗୀ ବି ଗିରଫ ହୋଇଛନ୍ତି। ବିଡ଼ିଓ ଅଭିଯୋଗ ଅନୁସାରେ, ବିଡିଓଙ୍କୁ ଦେଖା କରିବାକୁ ଚାହୁଁଥିଲେ ବିଧାୟକ। ଏନେଇ ବିଡିଓଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ତେବେ ବିଡିଓ କାମ ସାରି ଦେଖା କରିବେ ବୋଲି କହିଥିଲେ। ହେଲେ କିଛି ସମୟ ପରେ ବିଧାୟକ ୧୦ରୁ ଅଧିକ ସମର୍ଥକଙ୍କ ସହ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ତିଳେଇବଣି ବିଡିଓ ଏହି ଅଭିଯୋଗ ଆଧାରରେ, ପୁଲିସ ହତ୍ୟା ଉଦ୍ୟମ ସମେତ ଏକାଧିକ ଆଇପିସି ଧାରା ଓ ଏସସି-ଏସଷ୍ଟି ଆକ୍ଟ ଲଗାଇ ସୁବାସଙ୍କୁ ଗିରଫ କରିଛି। ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ବିଡିଓଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଏତଲା ଦେଇଥିଲେ।

Subas Panigrahi Public Representative Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe