Advertisment

ଅପରାଧୀଙ୍କ ଗତିବିଧି ଉପରେ ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍‌ର ତୀକ୍ଷ୍ନ ନଜର

ରାଉରକେଲା (ପୱନ ତିୱାରୀ) : ଇସ୍ପାତ ନଗର ରାଉରକେଲାରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀମାନେ  ହୁସିଆର୍‌। କାରଣ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌। ଆଜି ଏହି ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌କୁ ଲୋକାର୍ପିତ କରିଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ। ଏଥିସହିତ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ପୁଲିସ ଡିଭି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅଭୟ ପ୍ରଥମ […]

ଅଦ୍ୟତନ ହୋଇଛି
ଅପରାଧୀଙ୍କ ଗତିବିଧି ଉପରେ ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍‌ର ତୀକ୍ଷ୍ନ ନଜର

pic1

Advertisment

ରାଉରକେଲା (ପୱନ ତିୱାରୀ) : ଇସ୍ପାତ ନଗର ରାଉରକେଲାରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀମାନେ  ହୁସିଆର୍‌। କାରଣ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌। ଆଜି ଏହି ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌କୁ ଲୋକାର୍ପିତ କରିଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ। ଏଥିସହିତ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।

Advertisment

ପୁଲିସ ଡିଭି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅଭୟ ପ୍ରଥମ ଥର ପାଇଁ ରାଉରକେଲା ଗସ୍ତରେ ଯାଇଥିଲେ। ଆଜି ସକାଳେ ସେ ରାଉରକେଲା ଷ୍ଟେସନ୍‌ରେ ଓହ୍ଲାଇଥିଲେ। ପରେ ସକାଳ ୯ଟାରେ ସେ ତିନି ପୁଲିସ ଜିଲ୍ଲାର ଏସ୍‌ପି ଓ ପଞ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ପରେ ଅଭୟ ରାଉରକେଲା ଏସ୍‌ପି ଅଫିସରେ ଏକ ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌କୁ ଲୋକାର୍ପିତ କରିଥିଲେ।

publive-image

ଏହାପରେ ଡିଜିପି ରାଉରକେଲା ପୁଲିସ ଜିଲ୍ଲା ପାଇଁ ୨୫ଟି ନୂଆ ପିସିଆର ଭ୍ୟାନ ଶୁଭାରମ୍ଭ କରିଥିଲେ। ଏହି ସମୟରେ ରାଉରକେଲା ଏସପି ଭ୍ୟାନ୍‌ ଚଳାଇଥିଲେ ଏବଂ ଡିଜିପି ଅଭୟ ପ୍ରଥମ ପିସିଆର ଭ୍ୟାନରେ ବସି ସହର ପରିକ୍ରମା କରିଥିଲେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁଣି ଥରେ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ ଡିଜିପି। ତେବେ ଏହି ଏଥିରେ ପୁଲିସିଙ୍ଗ ବ୍ୟବସ୍ଥା, ପିଏଲଏଫଆଇ, ନକ୍ସଲ ଗତିବିଧି, ମୋ ସରକାର ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Advertisment

publive-image

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ସହରରେ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ। ସେଥିପାଇଁ ଆଜି ୨୫ଟି ପାଟ୍ରୋଲିଂ  ଗାଡ଼ିକୁ ଲୋକାର୍ପିତ କରାଯାଇଛି। ଏହି ଗାଡ଼ି ଗୁଡ଼ିକ ସହର ସାରା ପାଟ୍ରୋଲିଂ କରିବ। ଏହି ଗାଡିଗୁଡିକ ନୂଆ ମଡେଲର ହୋଇଥିବାରୁ ଏହା ଲୋକଙ୍କ ବହୁ ସେବାରେ ଆସିବ ବୋଲି ରାଉରକେଲା ବାସିନ୍ଦା ଆଶା ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe