Advertisment

ଲଜ୍ଜା ! ୭ ମାସର ଗର୍ଭବତୀ ହେଲେ ଭିନ୍ନକ୍ଷମ ଯୁବତୀ

କଳାହାଣ୍ଡି (ଓଡ଼ିଶା ରିପୋର୍ଟର):ଭିନ୍ନକ୍ଷମ ଯୁବତୀଙ୍କ ସହିତ ଦୁଷ୍କର୍ମ। ଦୁଷ୍କର୍ମ ପରେ ପୀଡ଼ିତା ଜଣକ ଏବେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଘଟିଛି। ସୂଚନା ମୁତାବକ ପୀଡ଼ିତା ଜଣକ ମୂକ ଓ ବଧିର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗାଁ ମୁଖିଆ ତଥା ଗଉନ୍ତିଆ ପରିବାରରେ କାମ କରି ଆସୁଥିଲେ। ଏହି ସମୟରେ ଗଉନ୍ତିଆ ପରିବାର ଜଣେ ବ୍ୟକ୍ତି ଯୁବତୀଙ୍କ […]

ଲଜ୍ଜା ! ୭ ମାସର ଗର୍ଭବତୀ ହେଲେ ଭିନ୍ନକ୍ଷମ ଯୁବତୀ

rape

Advertisment

କଳାହାଣ୍ଡି (ଓଡ଼ିଶା ରିପୋର୍ଟର):ଭିନ୍ନକ୍ଷମ ଯୁବତୀଙ୍କ ସହିତ ଦୁଷ୍କର୍ମ। ଦୁଷ୍କର୍ମ ପରେ ପୀଡ଼ିତା ଜଣକ ଏବେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଘଟିଛି।

Advertisment

ସୂଚନା ମୁତାବକ ପୀଡ଼ିତା ଜଣକ ମୂକ ଓ ବଧିର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗାଁ ମୁଖିଆ ତଥା ଗଉନ୍ତିଆ ପରିବାରରେ କାମ କରି ଆସୁଥିଲେ। ଏହି ସମୟରେ ଗଉନ୍ତିଆ ପରିବାର ଜଣେ ବ୍ୟକ୍ତି ଯୁବତୀଙ୍କ ସହିତ ବାରମ୍ୱାର ଦୁଷ୍କର୍ମ କରିଥିଲେ। କିନ୍ତୁ ଯୁବତୀ ଜଣକ ମୂକ, ବଧିର ହୋଇଥିବାରୁ କୌଣସି ଅଭିଯୋଗ କରିପାରିନଥିଲେ।

ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ପରିବାର ଲୋକେ ଗାଁ ପଞ୍ଚାୟତରେ ଅଭିଯୋଗ କରିଥିଲେ। କିନ୍ତୁ ପଞ୍ଚାୟତ ବୈଠକରେ କୌଣସି ସମାଧାନ ନକରିବାରୁ ପୀଡ଼ିତାଙ୍କ ପରିବାର ପୁଲିସରେ ମାମଲା ରୁଜୁ କରିବା ସହିତ ଜିଲ୍ଲାପାଳଙ୍କର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ତେବେ ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଏହି ଘଟଣାର ସମ୍ପୂର୍ଣ୍ଣ ଭାବରେ ତଦନ୍ତ କରାଯିବ। ଏହି ଘଟଣା ଜଣାପଡ଼ିବା ପରେ ମୁଁ କଳାହାଣ୍ଡି ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe