Advertisment

ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି, ଆଶୀଷ ସିଂ କେନ୍ଦ୍ରାଂଚଳ ଆଇଜି, ୫ ଜିଲ୍ଲାରେ ନୂଆ ଏସପି

କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରାଯାଇଛି

ଅଦ୍ୟତନ ହୋଇଛି
Sudhanshu Sarangi

Sudhanshu Sarangi

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ସହ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ଅବକାରୀ କମିଶନର ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ କେନ୍ଦ୍ରାଂଚଳ ଆଇଜି ସହ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ  ଆଇଜି ଦାୟିତ୍ୱ ମିଳିଛି । ରାଜନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୫ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି ।

Advertisment

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରେଳବାଇ ଓ ଉପକୂଳ ସୁରକ୍ଷା ସ୍ୱତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି,ହୋମଗାର୍ଡ ଓ ସିଭିଲ ଡିଫେନ୍ସ ମୁଖ୍ୟ ଭାବେ ବଦଳି ହୋଇଛି । ସେହିପରି ୧୯୯୫ ବ୍ୟାଚ୍ ଆର କେ ଶର୍ମାଙ୍କୁ ଆଇନଶୃଙ୍ଖଳାରୁ ହଟାଇ ଅତିରିକ୍ତ ଡିଜିପି ମୁଖ୍ୟାଳୟ ଭାବେ ବଦଳି କରାଯାଇଥିବାବେଳେ ୧୯୯୭ ବ୍ୟାଚ୍ ସଞ୍ଜୟ କୁମାରଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସହ କମ୍ୟୁନିକେସନ୍ ଅତିରିକ୍ତ ଡିଜିପି ଭାବେ ବଦଳି ହୋଇଛି ।

ସେହିପରି ୧୯୯୮ ବ୍ୟାଚ୍ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଡିଜି ଅପରେସନ୍ ଦାୟିତ୍ୱରେ ଥିଲେ। ୧୯୯୮ ବ୍ୟାଚ୍ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କୁ ଅତିରିକ୍ତ ଡିଜି ଅପରେସନ୍ ଭାବେ ବଦଳି ହୋଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍ ଦୟାଲ ଗଙ୍ଗୱାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି, ୧୯୯୮ ବ୍ୟାଚ୍ ଆଇପିଏସ ରାଜେଶ କୁମାରଙ୍କୁ ଅତିରିକ୍ତ ଡିଜି,ଆଧୁନିକୀକରଣ ଭାବେ ଅବସ୍ଥାପିତ କରାଯାଇଛି ।

Advertisment

ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ୍ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ କେନ୍ଦ୍ରାଂଚଳ ଆଇଜି ଓ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୦୭ ବ୍ୟାଚ୍ ଆଇପିଏସ୍ ରାଜେଶ ପଣ୍ଡିତଙ୍କୁ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ବଦଳି ହୋଇଛି । ୨୦୦୯ ବ୍ୟାଚ ଆଇପିଏସ୍ ଅଖିଳେଶ୍ୱର ସିଂଙ୍କୁ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ ଡିଆଇଜି ଭାବେ ବଦଳି କରାଯାଇଛି । ଶ୍ରୀ ସିଂ ଏବେ ସ୍ପେଶାଲ ଆମର୍ଡ ଫୋସ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ । ସେହିପରି ୨୦୦୯ ବ୍ୟାଚ୍ ଆଇପିଏସ୍ ସି ଏସ୍ ମୀନାଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ଭାବେ ବଦଳି ହୋଇଛି।

ଏମାନଙ୍କ ବ୍ୟତୀତ କେନ୍ଦୁଝର ଏସପି ୨୦୧୦ ବ୍ୟାଚ୍ ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ବଦଳି ହୋଇଥିବାବେଳେ ୨୦୧୧ ବ୍ୟାଚ୍ ଆଇପିଏସ୍ ତଥା ସମ୍ବଲପୁର ଏସପି ବି ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରାଉରକେଲା ଏସପି ମୁକେଶ କୁମାର ଭାମୋଙ୍କୁ ସମ୍ବଲପୁର ଏସପି ଭାବେ ବଦଳି ହୋଇଥିବାବେଳେ ବଲାଙ୍ଗିର ଏସପି କୁସାଲକାର ନିତିନ୍ ଦାଗଡୁଙ୍କୁ କେନ୍ଦୁଝର ଏସପି ଓ ୨୦୧୬ ବ୍ୟାଚ୍ ଆଇପିଏସ୍ ଖିଲାରୀ ରିଷିକେଶଙ୍କୁ ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି । ଶ୍ରୀ ରିଷିକେଶ ଏବେ ମୟୂରଭଞ୍ଜ ଏସପି ଅଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପଦବୀରେ ଆରକେ ଶର୍ମାଙ୍କୁ ହଟାଇ ସଞ୍ଜୟ କୁମାରଙ୍କୁ ଅବସ୍ଥାପିତ କରିବା ସହ ଉପକୂଳ ଜିଲ୍ଲାଗୁଡ଼ିକ ଦାୟିତ୍ୱରେ ଆଶୀଷ ସିଂ ଏବଂ ତାଙ୍କ ନିକଟ ସମ୍ପର୍କୀୟ ଅଖିଳେଶ୍ୱର ସିଂଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରିଥିବା ଚର୍ଚ୍ଚା ହେଉଛି ।

Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe