Advertisment

ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀଙ୍କ ଖର୍ଚ୍ଚ ୩ଗୁଣରୁ ଅଧିକ ବଢ଼ିଲା, ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ୩ଗୁଣରୁ ଅଧିକ ବୃଦ୍ଧି କରିବା ସହ ସେମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାରରେ ବ୍ୟବୃହତ ହେବାକୁ ଥିବା ଗାଡ଼ିର ସଂଖ୍ୟାକୁ ମଧ୍ୟ ନିର୍ବାଚନ କମିଶନ ବଢ଼ାଇଛନ୍ତି। ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନୀ […]

ପଞ୍ଚାୟତ ନିର୍ବାଚନ: ଏଥର ୩ଦିନ ଭୋଟ୍ ଗଣତି, ବାଲାଟ ପେପରରେ ମତଦାନ

election

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ୩ଗୁଣରୁ ଅଧିକ ବୃଦ୍ଧି କରିବା ସହ ସେମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାରରେ ବ୍ୟବୃହତ ହେବାକୁ ଥିବା ଗାଡ଼ିର ସଂଖ୍ୟାକୁ ମଧ୍ୟ ନିର୍ବାଚନ କମିଶନ ବଢ଼ାଇଛନ୍ତି। ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୮୦ହଜାର ଟଙ୍କା ଥିବାବେଳେ ଏବେ ତାହା ୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

Advertisment

ରାଜ୍ୟ ନିର୍ବାଚନ କମିଶନ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ପଂଚାୟତ ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମାକୁ ୨ଲକ୍ଷ ଟଙ୍କାକୁ ବଢ଼ାଇଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚସୀମାକୁ ଦେଢ଼ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା କରାଯାଇଥିଲା। ଯାହାକୁ ଆଗାମୀ ନିର୍ବାଚନ ନିମନ୍ତେ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚକୁ ୬୦ହଜାର ଟଙ୍କାରୁ ୮୦ହଜାର ଟଙ୍କାକୁ ସେତେବେଳେ ବୃଦ୍ଧି କରିଥିଲା । ଯାହାକୁ ଆଜି ୨ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛନ୍ତି ।

ସେହିପରି ଅନ୍ୟ ଏକ ନିର୍ଦ୍ଦେଶନାମାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୫ଟି କାର ବା ଜିପ୍ ଓ ୧୦ଟି ମୋଟର ସାଇକେଲ, ସମିତି ସଭ୍ୟ ଓ ସରପଂଚ ପାଇଁ ଲଢ଼ୁଥିବା ପ୍ରାର୍ଥୀ ୨ଟି କାର ବା ଜିପ୍ ଓ ୫ଟି ମୋଟର ସାଇକେଲକୁ ନିଜର ନିର୍ବାଚନୀ ପ୍ରଚାର ପାଇଁ ଉପଯୋଗ କରିପାରିବେ । ଗାଡ଼ି ଓ ମୋଟର ସାଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ସବୁ ଗାଡ଼ି ବ୍ୟବହାର ଦିନଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଗାଡ଼ିର ପ୍ରକାର, ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମକୁ ଉପଜିଳ୍ଲାପାଳଙ୍କୁ ଜଣାଇବେ ।

Advertisment

ଅନୁରୂପ ଭାବେ ସମିତି ସଭ୍ୟ ଓ ସରପଂଚ ମଧ୍ୟ ସେମାନଙ୍କ ପ୍ରଚାରରେ ଉପଯୋଗ ହେବାକୁ ଥିବା ଗାଡ଼ିର ବିବରଣୀ ବିଡିଓଙ୍କୁ ଜଣାଇବେ । ଏହି ତଥ୍ୟର ୩ଟି ନକଲ ଦାଖଲ କରାଯିବ । ସେଥିରୁ ଗୋଟିଏ ନକଲ ଉପଜିଳ୍ଲାପାଳ/ବିଡିଓ, ଦ୍ୱିତୀୟଟି ଆରଟିଓ କାର୍ଯ୍ୟାଳୟ ଓ ଅନ୍ୟଟି ନିଜ ପାଖରେ ପ୍ରାର୍ଥୀ ରଖିବେ । ତୃତୀୟ ନକଲଟିରେ ଉପଜିଳ୍ଲାପାଳ କିମ୍ବା ବିଡିଓ ନିଜର ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇବେ।

କୌଣସି ସମୟରେ ନିର୍ବାଚନ ଅଧିକାରୀ ଅବା ତାଙ୍କ ଦ୍ୱାରା କ୍ଷମତାସମ୍ପନ୍ନ ଅଧିକାରୀ ଚାହିଁଲେ ଏହି ତଥ୍ୟକୁ ତଦାରଖ କରିପାରିବେ । ଏହି ମୋଟର ଯାନ ସଂକ୍ରାନ୍ତ ସମସ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ମଧ୍ୟରେ ସୀମିତ ରହିବ । ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନକୁ ପ୍ରାର୍ଥୀ ଭୋଟ ଆରମ୍ଭ ହେବାର ୩୬ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ । ଯଦି ଏହି ନିର୍ଦ୍ଦେଶନାମାକୁ କେହି ଅବମାନନା କରନ୍ତି ତା’ହେଲେ ତାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ଭାବେ ବିବେଚନା କରାଯିବ ବୋଲି କମିଶନ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe