Advertisment

ଗିରଫ ହୋଇଥିଲେ ସ୍ତ୍ରୀ, ସ୍ୱାମୀ ପାଇଁ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୦ କୋଟି ଟଙ୍କା ଠକେଇ ମାମଲାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-EOW ଅନୁରୋଧ କ୍ରମେ ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଏହି ସର୍କୁଲାର ଜାରି କରଯାଇଛି। ଦୀପକ ଯେଭଳି ଦେଶ ଛାଡ଼ି ନ ପଳାଇପାରିବେ, ସେଥିପାଇଁ ଦେଶର ବିଭିନ୍ନ ଏୟାରପୋର୍ଟ, ବନ୍ଦରଗୁଡିକୁ ଅବଗତ କରାଯାଇଛି। ଗିରଫଦାରୀ ଏଡ଼ାଇବା ଲାଗି ଦୀପକ […]

author-image
Ranjit Kumar Jena
ଗିରଫ ହୋଇଥିଲେ ସ୍ତ୍ରୀ, ସ୍ୱାମୀ ପାଇଁ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍

deepak-kindo

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୦ କୋଟି ଟଙ୍କା ଠକେଇ ମାମଲାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-EOW ଅନୁରୋଧ କ୍ରମେ ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଏହି ସର୍କୁଲାର ଜାରି କରଯାଇଛି।

Advertisment

ଦୀପକ ଯେଭଳି ଦେଶ ଛାଡ଼ି ନ ପଳାଇପାରିବେ, ସେଥିପାଇଁ ଦେଶର ବିଭିନ୍ନ ଏୟାରପୋର୍ଟ, ବନ୍ଦରଗୁଡିକୁ ଅବଗତ କରାଯାଇଛି। ଗିରଫଦାରୀ ଏଡ଼ାଇବା ଲାଗି ଦୀପକ ଏବେ ଆତ୍ମଗୋପନ କରିଥିବା ସୂଚନା ମିଳିଛି।

ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡର ଅଭିଯୋଗ ଆଧାରରେ EOW ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଦୀପକ ଜାଲ କାଗଜପତ୍ର କରି ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରି ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଦୀପକଙ୍କୁ ଗିରଫ କରାଇବାରେ ଯଦି କେହି ସାହାଯ୍ୟ କରନ୍ତି, ତାହେଲେ ତାଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି। ଦୀପକ ସମ୍ବନ୍ଧରେ କୌଣସି ସୂଚନା ପାଇଲେ ଏହି ଫୋନ୍ ନମ୍ବର (9437444870) ଯୋଗେ ଯୋଗାଯୋଗ କରିବାକୁ କୁହାଯାଇଛି। 

Advertisment

ଏହି ମାମଲାରେ ତାଙ୍କ ପତ୍ନୀ ଦିୟା ଡାଏରୀର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋଙ୍କୁ ପୂର୍ବରୁ EOWକୁ ଗିରଫ କରିସାରିଛି। ଅମ୍ରିତାଙ୍କ ବିରୋଧରେ ୪୦୬/୪୨୦/୪୬୭/୪୬୮/୧୨୦ବି IPCରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।