Odisha Fire Service department
ଓଡ଼ିଶା ଅଗ୍ନିଶମ ସେବାର ନାଁ ବଦଳିଛି । ଏହା ଏଣିକି ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ପରିଗଣିତ ହେବ । ଆଇନ ବିଭାଗ ପକ୍ଷରୁ ଗତ ସପ୍ତାହରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ଆଇନ-୨୦୨୨ ଓଡ଼ିଶା ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି । ଆଇନ ବିଭାଗର ବିଜ୍ଞପ୍ତି ଜାରି ହେବା ସହ ଏହି ସଂଶୋଧନ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ଅଗ୍ନିଶମ ସେବା ନାଁ ଏଣକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ପରିବର୍ତ୍ତନ ହୋଇଛି । ଜରୁରୀକାଳୀନ ସେବାରେ ଯେକୌଣସି ବିପର୍ଯ୍ୟୟ,ଭୟ ଓ ବିପଦର ପ୍ରତିକାର ପାଇଁ ଯୋଗାଇ ଦିଆଯାଉଥିବା ସେବା ଅବା ଯେକୌଣସି ସଙ୍ଗୀନ ପରିସ୍ଥିତିର ମୁକାବିଲା ପାଇଁ ତତ୍କାଳ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଉଥିବା ସେବାକୁ ଜରୁରୀକାଳୀନ ସେବା ଭାବେ ବିବେଚନା କରାଯିବ । ଅଗ୍ନିଶମ ସେବା ନିଆଁ ଲାଗିଯିବା ସଂକ୍ରାନ୍ତ ଓ ଜରୁରୀକାଳୀନ ସେବା ଅନ୍ୟାନ୍ୟ ଜରୁରୀ ସେବା ନିମନ୍ତେ ଉଦ୍ଦିଷ୍ଟ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1675356988.jpeg)