ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ମଡେଲ୍ ସ୍କୁଲ ମଞ୍ଜୁର ହୋଇଛି : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ସ୍କୁଲ ମଞ୍ଜୁର କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ହେଉଥିବା ଏହି ଏକଲବ୍ୟ ସ୍କୁଲ ବନବାସୀ ପିଲାଙ୍କୁ ଶିକ୍ଷା ପ୍ରଦାନ ଦିଗରେ ସହାୟକ ହେବ । କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଆଜି ରାଜ୍ୟ ଅତିଥି ଭବନଠାରେ ଓଡ଼ିଶାରେ ଏକଲବ୍ୟ ମଡେଲ ସ୍କୁଲର ଅଗ୍ରଗତିର ସମୀକ୍ଷା କରିଥିଲେ । ଏହା ପରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ […]

Tudu

Tudu

Ordigital Desk
  • Published: Tuesday, 28 June 2022
  • Updated: 29 June 2022, 05:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ସ୍କୁଲ ମଞ୍ଜୁର କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ହେଉଥିବା ଏହି ଏକଲବ୍ୟ ସ୍କୁଲ ବନବାସୀ ପିଲାଙ୍କୁ ଶିକ୍ଷା ପ୍ରଦାନ ଦିଗରେ ସହାୟକ ହେବ ।

କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଆଜି ରାଜ୍ୟ ଅତିଥି ଭବନଠାରେ ଓଡ଼ିଶାରେ ଏକଲବ୍ୟ ମଡେଲ ସ୍କୁଲର ଅଗ୍ରଗତିର ସମୀକ୍ଷା କରିଥିଲେ । ଏହା ପରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କହିଥିଲେ ଯେ, ୨୦୨୪ ମସିହା ସୁଦ୍ଧା ବନବାସୀ ପିଲାଙ୍କ ପାଇଁ ମୋଦି ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ମଡେଲ ସ୍କୁଲ ମଞ୍ଜୁର କରିଛନ୍ତି । ଏଥିରୁ ସର୍ବାଧିକ ୧୯ଟି କେବଳ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପନ ହେବ । ଏସବୁ ସ୍କୁଲ ସ୍ଥାପନ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସରିଛି ।

ଓଡ଼ିଶାରେ ଏପର୍ଯ୍ୟନ୍ତ ୪୫ଟି ଏକଲବ୍ୟ ମଡେଲ ସ୍କୁଲର ଭୂମିପୂଜା ଶେଷ ହୋଇଥିବାବେଳେ ବାକି ସ୍କୁଲଗୁଡ଼ିକ ନିମନ୍ତେ ଆବଶ୍ୟକ ଜମି ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରବା ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି । କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁର ପାହାଡ଼ିଆ ଅଂଚଳ ହୋଇଥିବାରୁ ସେସବୁ ଜିଲ୍ଲାର ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ମଧ୍ୟ ମନ୍ତ୍ରୀ ଶ୍ରୀ ଟୁଡ଼ୁ କଥା ହୋଇଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ସମୀକ୍ଷା ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତିି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସୀ, ଏଚସିଏଲ୍‌, ଇପିଆଇଏଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story