/odisha-reporter/media/post_attachments/uploadimage/library/16_9/16_9_0/IMAGE_1675701836.jpg)
Coal royalty
କୋଇଲା ରୟାଲିଟି ବାବଦରେ ଓଡ଼ିଶା ସରକାର ଗତ ୫ବର୍ଷ ମଧ୍ୟରେ ୧୦,୧୩୭କୋଟି ୬୫ଲକ୍ଷ ଟଙ୍କା ପାଇଛନ୍ତି । କୋଇଲା ରୟାଲିଟି ବାବଦ ଅର୍ଥ କେନ୍ଦ୍ର ସରକାର ନିଅନ୍ତି ନାହିଁ, କୋଇଲା କମ୍ପାନୀଗୁଡ଼ିକ ସିଧାସଳଖ କୋଇଲା ଖଣି ରହିଥିବା ରାଜ୍ୟର ସରକାରଙ୍କୁ ପ୍ରଦାନ କରିଥାନ୍ତି ।
କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ରାଜ୍ୟସଭାରେ ଏ ସଂକ୍ରାନ୍ତରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୧୭-୧୮ରୁ ୨୦୨୧-୨୨ ମସିହା ମଧ୍ୟରେ ଓଡ଼ିଶାକୁ କୋଇଲା ରୟାଲିଟି ବାବଦରେ ମୋଟ ୧୦,୧୩୭କୋଟି ୬୫ଲକ୍ଷ ଟଙ୍କା ମିଳିଛି । ୨୦୧୭-୧୮ରେ ୧୭୫୪.୫୩କୋଟି, ୨୦୧୮-୧୯ରେ ୨୦୨୪.୧୫କୋଟି, ୨୦୧୯-୨୦ରେ ୨୧୩୯.୪୫କୋଟି, ୨୦୨୦-୨୧ରେ ୧୫୧୯.୩୧କୋଟି ଓ ୨୦୨୧-୨୨ରେ ୨୭୦୦.୨୧କୋଟି ଟଙ୍କା ମିଳିଛି । କୋଇଲା ରୟାଲିଟି ସଂଗ୍ରହରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ । କୋଇଲା କମ୍ପାନୀଗୁଡ଼ିକ ସିଧାସଳଖ ରୟାଲଟି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥାନ୍ତି ବୋଲି ଶ୍ରୀ ଯୋଶୀ କହିଛନ୍ତି ।
ବିଜେଡି ସାଂସଦ ସସ୍ମିତ ପାତ୍ର ଏ ସଂକ୍ରାନ୍ତରେ ପ୍ରଶ୍ନ କରି ଓଡ଼ିଶାରୁ କୋଇଲା ରୟାଲିଟି ବାବଦରେ ୨୦୧୮ ମସିହାରୁ ବାର୍ଷିକ କେତେ ସଂଗ୍ରହ କରାଯାଇଛି ଓ ସେଥିରୁ କେତେ ଓଡ଼ିଶାକୁ ମିଳିଛି ବୋଲି ପଚାରିଥିଲେ । ତେବେ କୋଇଲା ରୟାଲିଟିରେ କେନ୍ଦ୍ର ସରକାର ଟଙ୍କାଟିଏ ନିଅନ୍ତି ନାହିଁ ବୋଲି ସାଂସଦ ଶ୍ରୀ ପାତ୍ର ଜାଣିନଥିବା ତାଙ୍କ ପ୍ରଶ୍ନରୁ ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
