ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଫଲାଇନରେ ମିଳିବ ପଲ୍ୟୁସନ୍ ଟେଷ୍ଟ ସାର୍ଟିଫିକେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ବଳ ଭିତ୍ତିଭୂମି ଓ ସୀମିତ ମାନବସମ୍ବଳକୁ ଅଣଦେଖା କରି ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାରରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଅକ୍ଟୋବର ପହିଲାରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ୍ ଟେଷ୍ଟି ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି ୨ ଦିନ ତଳେ ଘୋଷଣା କରିଥିବା ରାଜ୍ୟ ସରକାର ଆଜି ସେଥିରେ ସଂଶୋଧନ କରିଛନ୍ତି। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫଲାଇନରେ ପଲ୍ୟୁସନ୍ ଟେଷ୍ଟି ସାର୍ଟିଫିକେଟ୍ […]

rto-2-1..1

rto-2-1..1

Manoranjan Sial
  • Published: Thursday, 26 September 2019
  • Updated: 26 September 2019, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ବଳ ଭିତ୍ତିଭୂମି ଓ ସୀମିତ ମାନବସମ୍ବଳକୁ ଅଣଦେଖା କରି ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାରରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଅକ୍ଟୋବର ପହିଲାରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ୍ ଟେଷ୍ଟି ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି ୨ ଦିନ ତଳେ ଘୋଷଣା କରିଥିବା ରାଜ୍ୟ ସରକାର ଆଜି ସେଥିରେ ସଂଶୋଧନ କରିଛନ୍ତି। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫଲାଇନରେ ପଲ୍ୟୁସନ୍ ଟେଷ୍ଟି ସାର୍ଟିଫିକେଟ୍ ଜାରି କରାଯାଇ ପାରିବ ବୋଲି ଆଜି ଜିଲ୍ଲାପାଳ, ଏସପି ଓ ଆରଟିଓଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ସୂଚନା ଅନୁସାରେ, ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ଆଜି ସମସ୍ତ ଜିଲ୍ଲାପାଳ,ଏସପି, ଡିସିପି ଓ ଆରଟିଓଙ୍କୁ ଚିଠି ଲେଖି ପଲ୍ୟୁସନ୍ ସାର୍ଟିଫିକେଟ ଜାରିକୁ ନେଇ କେତେକ ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସୀମିତ ସଂଖ୍ୟକ ପଲ୍ୟୁସନ୍ ଟେଷ୍ଟିଂ ୟୁନିଟ୍ ରହିଥିବାରୁ ଏସବୁ କେନ୍ଦ୍ର ଆଗରେ ଲୋକମାନଙ୍କ ଭିଡ଼ ଜମୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଅଧିକ ସଂଖ୍ୟକ ପଲ୍ୟୁସନ୍ ଟେଷ୍ଟିଂ ୟୁନିଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ୨୦୧୯ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ପଲ୍ୟୁସନ୍ ଟେଷ୍ଟିଂ ୟୁନିଟଗୁଡ଼ିକ ଉଭୟ ଅନଲାଇନ ଓ ଅଫଲାଇନରେ ଟେଷ୍ଟିଂ ସାର୍ଟିଫିକେଟ୍ ଜାରି କରିପାରିବେ ଓ ସେସବୁରେ ଉଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ତାହା ବୈଧ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାସହିତ ଡିସେମ୍ବର ୩୧ତାରିଖ ମଧ୍ୟରେ ପଲ୍ୟୁସନ୍ ଟେଷ୍ଟିଂ ୟୁନିଟଗୁଡ଼ିକ ନିଜର ସେବାକୁ ଅଫଲାଇନରୁ ଅନଲାଇନକୁ ପରିବର୍ତ୍ତିତ ହେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରଯାଇଥିଲା। ସେପ୍ଟେମ୍ବର ୩୦ତାରିଖ ପୂର୍ବରୁ ଜାରି ହୋଇଥିବା ମାନୁଆଲ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିଫିକେଟକୁ ବୈଧ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos