Advertisment

କମିଶନରେଟ୍ ଟ୍ରାଫିକ ପୁଲିସକୁ ଜାଗା ଦେବାକୁ ମନା କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୁଲିସ୍ ଷ୍ଟେସନ୍ ଓ ଟ୍ରାଫିକ ଏସିପିଙ୍କ କାର୍ଯ୍ୟାଳୟ ପରିଚାଳନା ପାଇଁ ଜମି ଦେବାକୁ ରାଜ୍ୟ ସରକାର ରୋକଠୋକ୍ ମନା କରିଦେଇଛନ୍ତି । ଓଡ଼ିଶା ସଡ଼କ ପରିବହନ ନିଗମ(ଓଏସଆରଟିସି)ର ବହୁ ପରିମାଣର ଜମି ସେଠାରେ ଅବ୍ୟବହୃତ ଓ ଜବରଦଖଲରେ ରହିଥିଲେ ମଧ୍ୟ ତାକୁ ପୁଲିସକୁ ଦେବାରେ ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରିଛନ୍ତି। ଏଜି ଛକରେ ଓଏସଆରଟିସିର କିଛି ଜମି ଦେଲେ ତାହା ଆର୍ଥିକ କ୍ଷତି ପହଞ୍ଚାଇବ […]

କମିଶନରେଟ୍ ଟ୍ରାଫିକ ପୁଲିସକୁ ଜାଗା ଦେବାକୁ ମନା କଲେ ସରକାର

odisha-government-denied-allot-land-to-commissionerate-police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୁଲିସ୍ ଷ୍ଟେସନ୍ ଓ ଟ୍ରାଫିକ ଏସିପିଙ୍କ କାର୍ଯ୍ୟାଳୟ ପରିଚାଳନା ପାଇଁ ଜମି ଦେବାକୁ ରାଜ୍ୟ ସରକାର ରୋକଠୋକ୍ ମନା କରିଦେଇଛନ୍ତି । ଓଡ଼ିଶା ସଡ଼କ ପରିବହନ ନିଗମ(ଓଏସଆରଟିସି)ର ବହୁ ପରିମାଣର ଜମି ସେଠାରେ ଅବ୍ୟବହୃତ ଓ ଜବରଦଖଲରେ ରହିଥିଲେ ମଧ୍ୟ ତାକୁ ପୁଲିସକୁ ଦେବାରେ ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରିଛନ୍ତି। ଏଜି ଛକରେ ଓଏସଆରଟିସିର କିଛି ଜମି ଦେଲେ ତାହା ଆର୍ଥିକ କ୍ଷତି ପହଞ୍ଚାଇବ ବୋଲି ସରକାର କହିଛନ୍ତି ।

Advertisment

ରାଜ୍ୟ ସଡ଼କ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ଗତକାଲି ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣେଇଛନ୍ତି ଯେ ଏଜି ଛକରେ ଥିବା ଓଏସଆରଟିସିର ଖାଲି ଜମିକୁ ଟ୍ରାଫିକ୍ ପୁଲିସ୍ ଷ୍ଟେସନ୍ ନିମନ୍ତେ ଦେଇ ହେବ ନାହିଁ ବୋଲି ଜଣାଇଛନ୍ତି। ଓଏସଆରଟିସି ତା’ର ଜମିକୁ ବ୍ୟାବସାୟିକ ଭିତ୍ତିରେ ଉପଯୋଗ କରି ଅଧିକ ରାଜସ୍ୱ ଉପାର୍ଜନ କରୁଛି। ତେଣୁ ଏହି ଜମି ପୁଲିସକୁ ଦେଲେ ଓଏସଆରଟିସିର କ୍ଷତି ହେବ। ତେଣୁ ଟ୍ରାଫିକ ପୁଲିସ୍ ଷ୍ଟେସନ ପରିଚାଳନା ପାଇଁ ସେଠାରେ ଜମି ଦେବା ସମ୍ଭବପର ନୁହେଁ।

ଉଲ୍ଲେଖଯୋଗ୍ୟ, ଏଜି ଛକରେ ଏବେ ଟ୍ରାଫିକ ପୁଲିସ ଷ୍ଟେସନ ଅସ୍ଥାୟୀ ବିଲିଡିଂରେ କାର୍ଯ୍ୟ କରୁଛି। ଓଏସଆରଟିସିର କାର୍ଯ୍ୟାଳୟ ଥିବାବେଳେ ପୁରୁଣା ବସଷ୍ଟାଣ୍ଡ ଓ ତା’ ପାଖରେ ଅନେକ ଅବ୍ୟବହୃତ ଜମି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ପୁରୁଣା ବସଷ୍ଟାଣ୍ଡର ପଛପଟ ଥିବା ବିଶାଳ ଖୋଲା ପଡ଼ିଆ ଏବେ ଅସାମାଜିକ ଲୋକମାନଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏସବୁ ସତ୍ତ୍ୱେ ଟ୍ରାଫିକ ପୁଲିସକୁ ଜମି ଦେବାକୁ ପରିବହନ ବିଭାଗ ମନା କରିବାକୁ ପଛାଇ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe