Advertisment

ଫୋକ୍‌ସରେ ଉପକୂଳ ଓଡ଼ିଶା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମହାମାରୀ କରୋନା ନିୟନ୍ତ୍ରଣରେ ରହିଛି। ଉପକୂଳ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏବେ ଫୋକସ୍‌ରେ ରହିଛି। କ୍ୟାଟେଗୋରୀ- ବି’ରେ ଯାଉଥିବା ୧୩ ଜିଲ୍ଲାକୁ ଅଧିକ ଦୁରୁତ୍ୱ ଦିଆଯାଇଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଟେଷ୍ଟିଂ ଓ ଡୋର ଟୁ ଡୋର ସର୍ଭେ ବଢ଼ିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି-“ଆଜି ୧୮ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ […]

ଅଦ୍ୟତନ ହୋଇଛି
କରୋନା ମୁକାବିଲା: ୫ ଗୁଣା ହେବ ବେଡ୍‌

Health Director Niranjan Mishra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମହାମାରୀ କରୋନା ନିୟନ୍ତ୍ରଣରେ ରହିଛି। ଉପକୂଳ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏବେ ଫୋକସ୍‌ରେ ରହିଛି। କ୍ୟାଟେଗୋରୀ- ବି’ରେ ଯାଉଥିବା ୧୩ ଜିଲ୍ଲାକୁ ଅଧିକ ଦୁରୁତ୍ୱ ଦିଆଯାଇଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଟେଷ୍ଟିଂ ଓ ଡୋର ଟୁ ଡୋର ସର୍ଭେ ବଢ଼ିବବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Advertisment

ସେ କହିଛନ୍ତି-“ଆଜି ୧୮ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଛି। ଦୈନିକ ପଜିଟିଭିଟି ହାର ପ୍ରାୟ ୬ ପ୍ରତିଶତ ରହୁଛି। ଏହି ମାସ ସୁଦ୍ଧା ସଂକ୍ରମଣ ହାର ବହୁତ ହ୍ରାସ୍‌ ପାଇବ ବୋଲି ଆଶା ରହିଛି। ICU ପରିଚାଳନା ଠିକ୍‌ ଭାବେ ଚାଲିଛି। ନଚେତ ମୃତ୍ୟୁ ସଂଖ୍ୟା ବଢିଥାନ୍ତା। ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି।”

ଗତକାଲି ରାଜ୍ୟ ସରକାର ଲକ୍‌ଡାଉନ୍‌ରେ ସାମାନ୍ୟ କୋହଳ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି କରିଛନ୍ତି। ଲକଡାଉନ୍‌ ସମୟରେ କମ୍‌ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Advertisment

ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ସମସ୍ତ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ପୂର୍ବ ପରି ସପ୍ତାହାନ୍ତ ଶଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ଜାରି ରହିବ ବୋଲି ବୁଧବାର ରାଜ୍ୟ ସରକାର ଘୋଷଣା କରିଥିଲେ।

Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe