Advertisment

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ପାଇଁ ୪୦ କୋଟି ମଞ୍ଜୁର

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ସୁରକ୍ଷା ବଳୟ ଉଚ୍ଛେଦ ନେଇ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ଚାଲିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ୪୦ କୋଟି ଟଙ୍କା। ପ୍ରାୟ ୧୮ଟି ମଠ ଉଚ୍ଛେଦ ସହ ୨୫୦ରୁ ଅଧିକ ଘରକୁ ଜମି ଅଧିଗ୍ରହଣ କରାଯିବାକୁ ଥିବା ବେଳେ ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ବିଭିନ୍ନ ମଠର ମହନ୍ତ ଓ ସାଧାରଣ ଲୋକେ। ପ୍ରଥମେ ଲଙ୍ଗୁଳି ମଠ, […]

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ପାଇଁ ୪୦ କୋଟି ମଞ୍ଜୁର

puri-2..1

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ସୁରକ୍ଷା ବଳୟ ଉଚ୍ଛେଦ ନେଇ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ଚାଲିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ୪୦ କୋଟି ଟଙ୍କା। ପ୍ରାୟ ୧୮ଟି ମଠ ଉଚ୍ଛେଦ ସହ ୨୫୦ରୁ ଅଧିକ ଘରକୁ ଜମି ଅଧିଗ୍ରହଣ କରାଯିବାକୁ ଥିବା ବେଳେ ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ବିଭିନ୍ନ ମଠର ମହନ୍ତ ଓ ସାଧାରଣ ଲୋକେ।

Advertisment

ପ୍ରଥମେ ଲଙ୍ଗୁଳି ମଠ, ତା’ପରେ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଓ ପରେ ବଡ଼ ଆଖଡା ମଠକୁ ଉଚ୍ଛେଦ କରାଯାଇଛି। ସେମାନଙ୍କ ଭୂମି ଅଧିଗ୍ରହଣ ଓ ନିର୍ମାଣାଧୀନ ବିଲଡିଂର ଆସେସମେଣ୍ଟରେ ଏହି ୪୦ କୋଟି ଟଙ୍କା ସରିବା ସମ୍ଭାବନା ରହିଛି। ଏଭଳି ସ୍ଥଳେ ସରକାର ମଞ୍ଜୁର କରିଥିବା ଅର୍ଥ କିଭଳି ବଣ୍ଟନ କରାଯିବ ସେ ନେଇ ପ୍ରଶ୍ନ ଉଠିଛି।

ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ବେଳେ ଜମି ଅଧିଗ୍ରହଣକୁ ଦେଖିଲେ ମାତ୍ରାଧିକ ସଂଖ୍ୟାରେ ହୋଟେଲ, ଲଜିଂ ରହିଛି। ସେହିଭଳି ବ୍ୟବସାୟ ପ୍ରତିଷ୍ଠାନ ଓ ଏହା ସହ ୫ଟି ମୌଜାରେ ମୋଟ ୧୫ ଏକର ୧୯୧ ଡିସିମିଲି ଜାଗା ଅଧିଗ୍ରହଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୧୨ ଏକର ଜାଗା ବେସରକାରୀ ରହିଛି। ସେପଟେ ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି, କ୍ୟାବିନେଟ ନିଷ୍ପତ୍ତି ପରେ ୨୦୧୩ ଜମି ଅଧିଗ୍ରହଣ ନିୟମ ଅନୁସାରେ କରାଯାଉଛି।

Advertisment

ତୃତୀୟ ଦିନରେ ୫ଟି ଟିମ୍‌ ଉତ୍ତରଦ୍ୱାର ଅଞ୍ଚଳ, ଗଡ଼ନ୍ତିଛକ, ଦକ୍ଷିଣଦ୍ୱାରର ବରାହୀ ଗଳି, ବାସେଳି ସାହି ଆଦିରେ ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣ ବେଳେ ଘର ଜମିର ମାପଚୂପ ଓ ପରିବାର ବର୍ଗର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଲଜିଂ, ମଠ ମନ୍ଦିର ଏବଂ ବ୍ୟବସାୟ ପ୍ରତିଷ୍ଠାନର ମଧ୍ୟ ହିସାବ କିତାବ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe