Advertisment

ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ଇଣ୍ଟରନେଟ୍‌

ସିଭିଲନ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ରାଜ୍ୟ ସରକାର ଆରମ୍ଭ ହୋଇଛନ୍ତି ମାଗଣା କୋଚିଂ ବ୍ୟବସ୍ଥା। ସ୍କଲାସିପ୍‌ ପୋଟାଲ୍‌ ମଧ୍ୟ ଆରମ୍ଭ ହୋଇଛି। କ୍ୟାରିଅର କାଉନସିଲ ସେଲ୍ ଗଠନ ହୋଇଛି। ଯେଉଁଠି ପିଲାଙ୍କ ଦକ୍ଷତା ବିକାଶ କରାଯାଉଛି।

ଅଦ୍ୟତନ ହୋଇଛି
undefined

College

Advertisment

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ ୧ ଜିବି ଡାଟା। ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସେବା। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।

Advertisment

ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ୧ଜିବି ଡାଟା ଉପଲବ୍ଧ କରାଇବେ । ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କୁ ମାଗଣା ୧ଜିବି ଡାଟା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଧାରରେ ଏହି ଡାଟା ଯୋଗାଇ ଦିଆଯିବ । ଏଥିପାଇଁ ଏବେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ।

ନିଜ ପଂଚମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାସହିତ ବିଗତ ୪ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦିଆଯାଇଥିଲା। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଏବେ ରାଜ୍ୟର ସମସ୍ତ ବୈଷୟିକ ଅନୁଷ୍ଠାନ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ମାଗଣା ୱାଇଫାଇ ସୁବିଧା ଅଛି ।

Advertisment

ଛାତ୍ରଛାତ୍ରୀମାନଙ୍କୁ ମାଗଣା ୧ ଜିବି ଡାଟା ଯୋଗାଇଦେବା ପାଇଁ ଆଇଟି ବିଭାଗ କାର୍ଯ୍ୟ କରୁଛି । ୨୦୧୬-୧୭ ଠାରୁ କଳିଙ୍ଗ ଶିକ୍ଷା ସହାୟତା ଯୋଜନାରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଏବଂ ବଳକା ସୁଧ ରାଜ୍ୟ ସରକାର ବହନ କରୁଛନ୍ତି । ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି । ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ୨୦୦୦ ମସିହାରେ ରାଜ୍ୟରେ ୫୪୮ଟି ଯୁକ୍ତ ୩ କଲେଜ ଥିବାବେଳେ ୨୦୨୩ରେ ଏହି କଲେଜ ସଂଖ୍ୟା ୧୦୨୪କୁ ବୃଦ୍ଧି ପାଇଛି ।

ସେହିପରି ବିଶ୍ୱବିଦ୍ୟାଳୟ ସଂଖ୍ୟା ୬ରୁ ୨୫କୁ ବୃଦ୍ଧି ହୋଇଛି । ୨୦୦୦ ମସିହାରେ ଯୁକ୍ତ ୩ ଶ୍ରେଣୀରେ ୩.୨ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଉଥିବାବେଳେ ୨୦୨୩ରେ ଏହା ୬.୫ଲକ୍ଷକୁ ବୃଦ୍ଧି ପାଇଛି । ଷ୍ଟୁଡେଣ୍ଟସ୍ ସ୍ପୋର୍ଟସ ପଲିସି ଓ ଷ୍ଟାର୍ଟଅପ୍ ନୀତି ଖୁବଶୀଘ୍ର ଆରମ୍ଭ କରାଯିବ । ଏହାସହିତ ସବୁ କଲେଜରେ ଆନ୍ତର୍ଜାତିକ ୟୁଥ୍ ଫେଷ୍ଟିଭାଗ ହେବ । । ଓଡିଆ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୬-୧୭ ମସିହାରୁ ସରକାର ୨୦ ହଜାର ଟଙ୍କା (ଏକକାଳୀନ), ୧୨ ଶହ ସ୍ନାତକ ଓ ୩୦୦ ସ୍ନାତକୋତ୍ତର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରୁଛନ୍ତି । ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା ପାଇଁ ସରକାର ୨୦୧୯-୨୦ ମସିହାରୁ ବାର୍ଷିକ ୨୦ ହଜାର ଟଙ୍କା ଗୋପବନ୍ଧୁ ସହାୟତା ଯୋଜନାରେ ଯୋଗାଇ ଦେଉଛନ୍ତି । ଆର୍ôଥକ ସାହାଯ୍ୟ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ। ଏଥିପାଇଁ ବଜେଟରେ ପ୍ରତିବର୍ଷ ସରକାର ୪୦ କୋଟିରୁ ଅଧିକ୍ ଟଙ୍କାର ବ୍ୟବସ୍ଥା ରଖିଛନ୍ତି। କଳିଙ୍ଗ ଶିକ୍ଷା ସହାୟତା ଯୋଜନା ଅଧୀନରେ ଶିକ୍ଷା ଋଣ ନେଇଥିବା ଛାତ୍ରଛାତ୍ରୀମାନେ ୧% ସୁଧ ଦେଉଥିଲାବେଳେ ସୁଧ ବବାଦକୁ ବଳକା ଅର୍ଥ ସରକାର ବହନ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe