ooo-2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ କର୍ମଚାରୀଙ୍କୁ ନିର୍ବାଚନୀ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବର୍ଦ୍ଧିତ ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ।
ସୂଚନାଯୋଗ୍ୟ, ଫେବୃଆରୀ ୧୯ ତାରିଖରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ତିନି ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ। କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ରାଜ୍ୟ ସରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/ooo-2.jpg)