Advertisment

ନଭେମ୍ବର ୧୬ରୁ ସ୍କୁଲ ଯିବେ ୪ଟି ଶ୍ରେଣୀ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍‌ ଓ ସୁଇମିଂ ପୁଲ୍‌। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। […]

author-image
Manoranjan Sial
ଅଦ୍ୟତନ ହୋଇଛି
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ଅଭିଭାବକ ମହାସଂଘ

school

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି।

Advertisment

ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍‌ ଓ ସୁଇମିଂ ପୁଲ୍‌। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ବଡ଼ ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶକୁ ବାରଣ କରାଯାଇଛି।

ସେପଟେ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ କଟକଣା।