Advertisment

‘ଡେଲଟା ପ୍ଲସ୍‌’କୁ ନେଇ ଚିନ୍ତା, ନିୟମ ଭାଙ୍ଗନ୍ତୁନି’ : ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଭାଇରସର ‘ଡେଲଟା ପ୍ଲସ୍‌’ ଭାରିଏଣ୍ଟଏବେ ଚିନ୍ତାର କାରଣ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍‌କୁ ସଠିକ୍ ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଅବଶ୍ୟ ଏଥିଯୋଗୁ ହେବାକୁ ଥିବା ସଂକ୍ରମଣର କ୍ଷମତା, ଗୁରୁତର ଓ ପ୍ରଭାବକୁ ଏବେ ଅନୁଧ୍ୟାନ କରାଯାଉଛି ବୋଲି ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ(ଡିଏମଇଟି) ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାନ୍ତି କହିଛନ୍ତି ଯେ, ଡେଲଟା […]

‘ଡେଲଟା ପ୍ଲସ୍‌’କୁ ନେଇ ଚିନ୍ତା, ନିୟମ ଭାଙ୍ଗନ୍ତୁନି’ : ଡିଏମଇଟି

Cbk-Mohanty

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଭାଇରସର ‘ଡେଲଟା ପ୍ଲସ୍‌’ ଭାରିଏଣ୍ଟଏବେ ଚିନ୍ତାର କାରଣ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍‌କୁ ସଠିକ୍ ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଅବଶ୍ୟ ଏଥିଯୋଗୁ ହେବାକୁ ଥିବା ସଂକ୍ରମଣର କ୍ଷମତା, ଗୁରୁତର ଓ ପ୍ରଭାବକୁ ଏବେ ଅନୁଧ୍ୟାନ କରାଯାଉଛି ବୋଲି ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ(ଡିଏମଇଟି) ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାନ୍ତି କହିଛନ୍ତି ଯେ, ଡେଲଟା ପ୍ଲସକୁ ନେଇ ସବୁସ୍ତରରେ ଅଧିକ ଅନୁଧ୍ୟାନ କରାଯାଉଛି। ରାଜ୍ୟ ସରକାର, ଭାରତ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ମଧ୍ୟ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତିତ ଅଛି। କେନ୍ଦ୍ର ସରକାର ମଧ୍ୟ ପୂର୍ବରୁ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାକୁ ଭାରିଏଣ୍ଟ ଅଫ କନସର୍ନ ଭାବେ ଘୋଷଣା କରିସାରିଛନ୍ତି। କିଛି ରାଜ୍ୟରେ ୨୨ଟି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ। ଡେଲଟା ପ୍ଲସକୁ ନେଇ ସବୁ ସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି। ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ତେଣୁ କୋଭିଡ୍ ନିୟମ ପାଳନ କରନ୍ତୁ। ନିୟମ ନଭାଙ୍ଗି କୋଭିଡ୍ ନିୟମ ମାନିଲେ ତୃତୀୟ ଲହରକୁ ବି ଏଡ଼ାଇ ଦେଇ ହେବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ । ତୃତୀୟ ଲହର ଆସିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଟିକାକରଣ ଅଭିଯାନକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି। ଜୁନ୍ ୨୧ରୁ ଦୈନିକ ହାରାହାରି ୩ଲକ୍ଷ ଡୋଜ୍ ଟିକା ଦିଆଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe