Advertisment

ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ ଜାରି, କଣ କଡ଼ାକଡ଼ି ହେଲା ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି। ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ। ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ ଜାରି, କଣ କଡ଼ାକଡ଼ି ହେଲା ପଢ଼ନ୍ତୁ

corona-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି। ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ। ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ମାସ୍କ ଯୋଗାଇବେ ଆୟୋଜକ।

Advertisment

ଯାତ୍ରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର। ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି। ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ। କରୋନାର ସମସ୍ତ ଗାଇଡଲାଇନ ମାନି ପରିବେଷଣ କରାଯାଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ; ରୋଗାକ୍ରାନ୍ତଙ୍କୁ ଅନୁମତି ମନା। ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ନାହିଁ। ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ। ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଲେ ସରକାର। ସମାନ ସ୍କୁଲରେ କ୍ଲାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରିବାକୁ କହିଲେ। ବର୍ତ୍ତମାନ ସ୍ଥିତିକୁ ଦେଖି ଅନଲାଇନରେ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପରାମର୍ଶ। କ୍ଲାସ ପ୍ରମୋସନ ପରୀକ୍ଷା ଅନଲାଇନରେ କରିବାକୁ କହିଲେ ସରକାର।

Advertisment