Advertisment

ଇକୋ ରିଟ୍ରିଟ୍ : ୮ କୋଟି କ୍ଷତି, ତଥାପି ଏଥର ୫ ସ୍ଥାନରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଗତବର୍ଷ ଶୀତଋତୁରେ ‘ଇକୋ-ରିଟ୍ରିଟ୍‌’ର ଆୟୋଜନ କରି ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହିଥିବା ସତ୍ତ୍ୱେ ଏଥର କରୋନା ମହାମାରୀ ଆଶଙ୍କା ଭିତରେ ସମାନ ଢଙ୍ଗରେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜନ କରିଛି। ୩ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍ ପାଇଁ ଚଳିତବର୍ଷ କେତେ ବଜେଟ୍ ବ୍ୟୟବରାଦ ହୋଇଛି, ସେ ନେଇ ସୂଚନା ମିଳିନଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏହି ଆୟୋଜନ ‘ଦେଉଳକୁ ମୁଖଶାଳା ବଳିଗଲା’ ପରି ସାବ୍ୟସ୍ତ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଇକୋ ରିଟ୍ରିଟ୍ କାହା ସ୍ୱାର୍ଥରେ? ୨ବର୍ଷରେ ୩୨ କୋଟି, ଏଥର ପୁଣି ୩୦କୋଟି

eco1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଗତବର୍ଷ ଶୀତଋତୁରେ ‘ଇକୋ-ରିଟ୍ରିଟ୍‌’ର ଆୟୋଜନ କରି ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହିଥିବା ସତ୍ତ୍ୱେ ଏଥର କରୋନା ମହାମାରୀ ଆଶଙ୍କା ଭିତରେ ସମାନ ଢଙ୍ଗରେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜନ କରିଛି। ୩ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍ ପାଇଁ ଚଳିତବର୍ଷ କେତେ ବଜେଟ୍ ବ୍ୟୟବରାଦ ହୋଇଛି, ସେ ନେଇ ସୂଚନା ମିଳିନଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏହି ଆୟୋଜନ ‘ଦେଉଳକୁ ମୁଖଶାଳା ବଳିଗଲା’ ପରି ସାବ୍ୟସ୍ତ ହୋଇଛି। ବିଶେଷକରି ରାଜ୍ୟ ବାହାରର ସଂସ୍ଥାକୁ ପୋଷିବା ନିମନ୍ତେ ରାଜ୍ୟବାସୀଙ୍କ ଟିକସ ଅର୍ଥକୁ ଆଖିବୁଜା ଖର୍ଚ୍ଚ କରିବାକୁ ପର୍ଯ୍ୟଟନ ବିଭାଗ ପଛାଇ ନଥିବା ଜଣାପଡ଼ିଛି।

Advertisment

ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କଠୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୯ ମସିହାରେ କୋଣାର୍କରେ ହୋଇଥିବା ଇକୋ-ରିଟ୍ରିଟ ଫେଷ୍ଟିଭାଲର ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱ ଲାଲୁଜୀ ଆଣ୍ଡ ସନ୍ସକୁ ନ୍ୟସ୍ତ ହୋଇଥିଲା। ଏହି କମ୍ପାନୀ ସର୍ବନିମ୍ନ ବିଡର ଭାବେ ମୋଟ ୪.୫୨କୋଟି ଟଙ୍କାରେ ଇକୋ- ରିଟ୍ରିଟ୍ ଆୟୋଜନ କରିବାକୁ ସମ୍ମତି ଜଣାଇଥିଲା। ଏଥିରେ ଡ୍ୟାନ୍ସ ଓ ମ୍ୟୁଜିକ ଫେଷ୍ଟିଭାଲ ବାବଦରେ ୨.୩୭କୋଟି ଟଙ୍କା, ଫୁଡ୍ ଫେଷ୍ଟିଭାଲ ପାଇଁ ୮୬.୬୬ଲକ୍ଷ ଟଙ୍କା, ବିଳାସପୂର୍ଣ୍ଣ ଟେଣ୍ଟ ହାଉସ ବାବଦରେ ୧.୨୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ସମ୍ପୃକ୍ତ ସଂସ୍ଥା ଚୁକ୍ତିବଦ୍ଧ ହୋଇଥିଲା।

ମାତ୍ର ରାଜ୍ୟ ବାହାରର ଏହି ସଂସ୍ଥା ଲାଲୁଜୀ ଆଣ୍ଡ ସନ୍ସ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଇକୋ-ରିଟ୍ରିଟରେ ଡ୍ୟାନ୍ସ, ଆର୍ଟ ଓ ମ୍ୟୁଜିକ୍ ଫେଷ୍ଟିଭାଲ ଆଳରେ ୪ କୋଟି ୧ ଲକ୍ଷ ୮୬ହଜାର ଟଙ୍କା, ବିଳାସପୂର୍ଣ୍ଣ ଟେଣ୍ଟ ହାଉସରେ ୨.୨୯ କୋଟି ଟଙ୍କା, ଖାଦ୍ୟ ଓ ଆନୁସଙ୍ଗିକରେ ୧.୨୬ କୋଟି ଟଙ୍କା, ୱାଟର ସ୍ପୋର୍ଟସରେ ୧.୨୬ କୋଟି ଟଙ୍କା, ଅତିରିକ୍ତ ସାମଗ୍ରୀ ୧.୩୦କୋଟି ଟଙ୍କା ଏଭଳି ମୋଟ ୧୦.୩୬ କୋଟି ଟଙ୍କା ଓ ଜିଏସଟି ମିଶାଇ ମୋଟ ୧୨.୧୩ କୋଟି ଟଙ୍କା ଦିଆଯାଇଥିଲା । ଗତବର୍ଷ ଇକୋ ରିଟ୍ରିଟକୁ ମାତ୍ର ୬ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୫୬୧୪ ଜଣ ପର୍ଯ୍ୟଟକ ଆସିଥିଲେ। ତେବେ ଇକୋ-ରିଟ୍ରିଟ ଠିକ୍ ଭାବେ ପରିଚାଳିତ ନହେବାରୁ ମାତ୍ର ୩.୮୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ସମ୍ଭବପର ହୋଇପାରିଥିଲା। ଅର୍ଥାତ୍ ପରୋକ୍ଷରେ ୮କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ରାଜକୋଷକୁ କ୍ଷତି ସହିବାକୁ ପଡ଼ିଥିଲା।

Advertisment

ଏତେ ପରିମାଣର କ୍ଷତି ସତ୍ତ୍ୱେ ପର୍ଯ୍ୟଟନବିଭାଗ ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରିଛି। ଲାଲୁଜୀ ଆଣ୍ଡ ସନ୍ସ ଓ ମେସର୍ସ ଫ୍ୟୁଚର ୱିଜ୍ ନାମକ ଦୁଇଟି କମ୍ପାନୀକୁ ରାଜ୍ୟରେ ୫ଟିି ସ୍ଥାନ ଯଥା-ଭିତରକନିକା, ସାତକୋଶିଆ, ହୀରାକୁଦ, କୋଣାର୍କ ଓ ଦାରିଙ୍ଗିବାଡ଼ିରେ ଇକୋ ରିଟ୍ରିଟ୍ ଆୟୋଜନ ନିମନ୍ତେ ଗ୍ରୀନ୍ ସିଗନାଲ ଦିଆଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ ହୋଇଛି। ମାତ୍ର ଗତବର୍ଷ ଏତେ କୋଟି ଟଙ୍କା ଦେଇ କ୍ଷତି ସହିଥିବା ସଂସ୍ଥା(ଲାଲାୁଜୀ ଆଣ୍ଡ ସନ୍ସ)କୁ ପୁଣି କିଭଳି ଥରେ ଦାୟିତ୍ୱ ଦିଆଗଲା ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି। ଏତେ ଟଙ୍କା କ୍ଷତି ସହିଥିଲେ ମଧ୍ୟ ଚଳିତଥର କାହିଁକି ଏପରି କାର୍ଯ୍ୟକ୍ରମ କରାଗଲା ଓ ବିଭାଗରେ କିଏ ଏହି ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଲୋକମାନେ ଘରେ ରହିବାକୁ ଅଧିକ ପସନ୍ଦ କରୁଥିବାବେଳେ ଇକୋ ରିଟ୍ରିଟ୍ ନାଁରେ କେବଳ ଧଳାହାତୀ ପୋଷାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା।

ଆଗକୁ ପଢ଼ନ୍ତୁ : ‘ତାଣ୍ଡବ’ କରିବେ ସୈଫ

Odisha Tourism Tourist Destinations Eco Retreat