Advertisment

୨୫ ପୂର୍ବରୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗର୍ଭବତୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ତାରିଖ ସୁଦ୍ଧା ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କୁ ଶୁଖିଲା ରାସନ୍ ଓ ଅଣ୍ଡା ବଣ୍ଟନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁ ମହିଳାମାନେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବର ସମ୍ଭାବନା ରହିଛି ସେଭଳି ଆସନ୍ନପ୍ରସବା ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିବାବେଳେ ମହିଳା […]

ଅଦ୍ୟତନ ହୋଇଛି
୨୫ ପୂର୍ବରୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗର୍ଭବତୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ନିର୍ଦ୍ଦେଶ

Yaas-cyclone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ତାରିଖ ସୁଦ୍ଧା ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କୁ ଶୁଖିଲା ରାସନ୍ ଓ ଅଣ୍ଡା ବଣ୍ଟନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁ ମହିଳାମାନେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବର ସମ୍ଭାବନା ରହିଛି ସେଭଳି ଆସନ୍ନପ୍ରସବା ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିବାବେଳେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଆସନ୍ନପ୍ରସବାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବା ନେଇ ଅବଗତ କରିଥିଲେ। ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳମାନେ କହିଥିଲେ। ସେହିପରି ଆବଶ୍ୟକ ପଡ଼ିଲେ ଅତିରିକ୍ତ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ୍ ନିୟାମବଳୀର ପାଳନ କରାଯିବ । ଟେଲିକମ୍ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ବାଲେଶ୍ୱରରେ ୧୧୨୩ଟି, ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡ଼ାରେ ୯୭୦ଟି ଓ ଜଗତସିଂହପୁର ଜିଲ୍ଲାରେ ୨୨୩ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରଯାଇଥିବା ନେଇ ବୈଠକରେ ଜିଲ୍ଲାପାଳମାନେ ସୂଚନା ଦେଇଥିଲେ। ଏହାସହିତ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ-ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ। ରାଜ୍ୟ ଭିତରେ ଓ ବାହାରେ ଅକ୍ସିଜେନ୍ ଯୋଗାଣ ଯେଭଳି ପୂର୍ବଭଳି ଜାରି ରହିବ ସେଥିପାଇଁ ଶିଳ୍ପ ବିଭାଗକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ୍ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Advertisment
Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe