‘କରୋନା ନୂଆ ରୂପକୁ ସାମ୍ନା କରିବା ପାଇଁ ସରକାର ସଜାଗ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ନୂଆ ରୂପ ବ୍ରିଟେନରେ ଦେଖିବାକୁ ମିଳିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍‌କୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି। ବ୍ରିଟେନ୍‌ ଷ୍ଟ୍ରେନ୍‌ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି କରାଯିବା ସହ ଆମେ ସଜାଗ ଅଛୁ। ବ୍ରିଟେନ୍‌ ଫେରନ୍ତାଙ୍କ RTPCR ଟେଷ୍ଟ ପାଇଁ ସବୁ […]

minister

minister

Manoranjan Sial
  • Published: Saturday, 26 December 2020
  • Updated: 26 December 2020, 03:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ନୂଆ ରୂପ ବ୍ରିଟେନରେ ଦେଖିବାକୁ ମିଳିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍‌କୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି।

ବ୍ରିଟେନ୍‌ ଷ୍ଟ୍ରେନ୍‌ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି କରାଯିବା ସହ ଆମେ ସଜାଗ ଅଛୁ। ବ୍ରିଟେନ୍‌ ଫେରନ୍ତାଙ୍କ RTPCR ଟେଷ୍ଟ ପାଇଁ ସବୁ ଏୟାରପୋର୍ଟକୁ କୁହାଯାଇଛି। ଯେଉଁ ପରିସ୍ଥିତି ଆସିବ, ତାକୁ ସାମ୍ନା କରିବାକୁ ସଜାଗ ଅଛୁ ବୋଲି ନବ ଦାସ କହିଛନ୍ତି।

ଗତକାଲି ବ୍ରିଟେନ୍‌ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ଏୟାରପୋର୍ଟରେ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ୍‌ ଆସିଥିଲା। ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos