Advertisment

ସ୍କୁଲ ଖୋଲିବାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ୍‌। କେବେଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ରାଜ୍ୟ ସରକାର ସ୍କୁଲ ଖୋଲିଛନ୍ତି। ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଆସି ପାଠ ପଢ଼ିବେ। ତେବେ ସ୍କୁଲ ଖୋଲିଲେ କେମିତି ପାଠପଢ଼ା ହେବ? ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ଦାଶ କହିଛନ୍ତି, “ଗୋଟିଏ ସେକ୍ସସନରେ ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ। ଅଧିକ ଛାତ୍ରଛାତ୍ରୀ ଥିଲେ ଅଧିକ […]

ଅଦ୍ୟତନ ହୋଇଛି
ସ୍କୁଲ ଖୋଲିବାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ପଢ଼ନ୍ତୁ ପୂରା ରିପୋର୍ଟ

samir

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ୍‌। କେବେଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ରାଜ୍ୟ ସରକାର ସ୍କୁଲ ଖୋଲିଛନ୍ତି। ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଆସି ପାଠ ପଢ଼ିବେ। ତେବେ ସ୍କୁଲ ଖୋଲିଲେ କେମିତି ପାଠପଢ଼ା ହେବ? ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଶ୍ରୀ ଦାଶ କହିଛନ୍ତି, “ଗୋଟିଏ ସେକ୍ସସନରେ ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ। ଅଧିକ ଛାତ୍ରଛାତ୍ରୀ ଥିଲେ ଅଧିକ ସେକ୍ସସନ ହେବ। କରୋନା ସଂକ୍ରମଣକୁ ଧ୍ୟାନ ରଖି ସ୍କୁଲ ଗୁଡ଼ିକୁ ସାନିଟାଇଜ୍‌ କରାଯିବ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି।”

ସେ କହିଛନ୍ତି-“ସ୍କୁଲରେ ପ୍ରସ୍ତୁତି ନେଇ ଗତକାଲି DEOମାନଙ୍କ ସହ ସ୍ୱତନ୍ତ୍ର ସଚିବ ବୈଠକ କରିଥିଲେ। ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ DEOଙ୍କ ମିଳିତ ବୈଠକ ସରିଛି। ପ୍ରତି ଜିଲ୍ଲାର ପଦାଧିକାରୀ ଜିଲ୍ଲା ପଳେଇଲେଣି। ସେମାନେ ଜିଲ୍ଲାପାଳ ଓ DEOଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବେ।”

Advertisment

ଶିକ୍ଷକ ଆବଶ୍ୟକତା ନେଇ ଶ୍ରୀ ଦାଶ କହିଛନ୍ତି,“ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ DEOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ୧୦୦ ଦିନ ପାଠ ପଢ଼ିବାର ଆବଶ୍ୟକତା ରହିଛି। ରବିବାର ନ ପଢେଇଲେ, ୧୦୦ ଦିନ ହେବନି। ଛାତ୍ରଛାତ୍ରୀମାନେ ମଧ୍ୟ ୧୦୦ରୁ କମ୍‌ ଦିନରେ ପଢ଼ୁଥିବାରୁ ମନରେ ଦୁଃଖ ରଖିଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ସିଲାବସ୍‌ ୩୦ ପ୍ରତିଶତ କମିଛି। ଆଉ କମିବ ନାହିଁ।”

COVID Guideline Reopening Of Schools
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe