Advertisment

ଆଇଏଏସ୍ ବିଜୟକେତନ ଉପାଧ୍ୟାୟ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଆଜି ଚାକିରିରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟଙ୍କୁ ତକ୍ରାଳ ନିଲମ୍ବନ କରିବା ସହ ଦୁର୍ନୀତିରେ ସମ୍ପୃକ୍ତ ଥିବା କାହାରିକୁ ବି ଛଡ଼ାଯିବ ନାହିଁ। ସ୍ୱଚ୍ଛତା ହେଉଛି ସରକାରର ମୁଖ୍ୟ ସ୍ତମ୍ଭ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ପ୍ରାୟ ଏକ ଦଶନ୍ଧି ପରେ ଜଣେ […]

ଆଇଏଏସ୍ ବିଜୟକେତନ ଉପାଧ୍ୟାୟ ନିଲମ୍ବିତ

bijay

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଆଜି ଚାକିରିରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟଙ୍କୁ ତକ୍ରାଳ ନିଲମ୍ବନ କରିବା ସହ ଦୁର୍ନୀତିରେ ସମ୍ପୃକ୍ତ ଥିବା କାହାରିକୁ ବି ଛଡ଼ାଯିବ ନାହିଁ। ସ୍ୱଚ୍ଛତା ହେଉଛି ସରକାରର ମୁଖ୍ୟ ସ୍ତମ୍ଭ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ପ୍ରାୟ ଏକ ଦଶନ୍ଧି ପରେ ଜଣେ ଆଇଏଏସ ଅଫିସରଙ୍କ ଉପରେ ରାଜ୍ୟ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଇଏଏସ୍ ଶ୍ରୀ ଉପାଧ୍ୟାୟଙ୍କ ଅଫିସ୍ ଓ ବାସଘର ସମେତ ତାଙ୍କ ସମ୍ପର୍କୀୟମାନଙ୍କ ଘରେ ମଧ୍ୟ ଆଜି ଚଢ଼ଉ ଜାରି ରହିଛି। ଏକ ବିଲ୍ ପାସ୍ କରାଇ ଦେବା ପାଇଁ ଶ୍ରୀ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଓ ଭିଜିଲାନ୍ସ ତାଙ୍କଠୁ ଏହି ଅର୍ଥ ଜବତ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe