ନବୀନ ସରକାରର ଭିନ୍ନ ଏକ ସଫଳତା: ୩ ବର୍ଷରେ ଭୂମିହୀନ ହେବେ ଗ୍ରାମାଞ୍ଚଳର ୧୦ଲକ୍ଷ ପରିବାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି, ରାଜ୍ୟର ଆତ୍ମଘୋଷିତ ‘ବିକାଶ ପୁରୁଷ’ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ୧୯ବର୍ଷର ଭିନ୍ନ ଏକ ସଫଳତା ଏବେ ପଦାକୁ ଆସିଛି। ରାଜ୍ୟରେ ଶିଳ୍ପ କ୍ଷେତ୍ର ପାଇଁ ‘ଲ୍ୟାଣ୍ଡବ୍ୟାଙ୍କ’ ସୃଷ୍ଟି କରିବାରେ ବ୍ୟସ୍ତ ବିଜେଡି ସରକାର ରାଜ୍ୟର ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସକ୍ଷମ ହୋଇନି। ଏପରିକି ୨୦୨୧ ମସିହା ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳର ୧୦ଲକ୍ଷ ପରିବାର ଭୂମିହୀନ ପାଲଟିବେ ବୋଲି ସରକାର ଆକଳନ କରିଥିବାବେଳେ ଦୀର୍ଘ ଦେଢ଼ ଦଶନ୍ଧି ଧରି […]

kalia

kalia

Manoranjan Sial
  • Published: Monday, 31 December 2018
  • Updated: 31 December 2018, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି, ରାଜ୍ୟର ଆତ୍ମଘୋଷିତ ‘ବିକାଶ ପୁରୁଷ’ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ୧୯ବର୍ଷର ଭିନ୍ନ ଏକ ସଫଳତା ଏବେ ପଦାକୁ ଆସିଛି। ରାଜ୍ୟରେ ଶିଳ୍ପ କ୍ଷେତ୍ର ପାଇଁ ‘ଲ୍ୟାଣ୍ଡବ୍ୟାଙ୍କ’ ସୃଷ୍ଟି କରିବାରେ ବ୍ୟସ୍ତ ବିଜେଡି ସରକାର ରାଜ୍ୟର ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସକ୍ଷମ ହୋଇନି। ଏପରିକି ୨୦୨୧ ମସିହା ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳର ୧୦ଲକ୍ଷ ପରିବାର ଭୂମିହୀନ ପାଲଟିବେ ବୋଲି ସରକାର ଆକଳନ କରିଥିବାବେଳେ ଦୀର୍ଘ ଦେଢ଼ ଦଶନ୍ଧି ଧରି କାର୍ଯ୍ୟକାରୀ ହେଉଥିବା ବାସହୀନଙ୍କୁ ଘରଡ଼ିହ ଯୋଗାଇବାକୁ ଉଦ୍ଦିଷ୍ଟ ‘ବସୁନ୍ଧରା’ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ନିର୍ବାଚନୀ ବର୍ଷରେ ଚାଷୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାର ଗାଇଡଲାଇନରେ ରାଜ୍ୟ ସରକାରଙ୍କ ଏହି ନଗ୍ନ ସତ୍ୟକୁ ପଦାରେ ପକାଇଛି। ଏହାସହିତ ୨୦୨୨ ମସିହା ସୁଦ୍ଧା ପ୍ରତ୍ୟେକ ପରିବାରକୁ ପକ୍କାଘର ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହେବାର ଆଶଙ୍କା ସୃଷ୍ଟି ହୋଇଛି।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ‘କାଳିଆ’ ଯୋଜନାର ଗାଇଡଲାଇନ ଅନୁସାରେ ୨୦୧୮-୧୯ରୁ ୨୦୨୦-୨୧ ମସିହା ମଧ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ସହ ଜଡ଼ିତ ୧୦ଲକ୍ଷ ଗ୍ରାମୀଣ ପରିବାର ଭୂମିହୀନ ହେବେ ବୋଲି ସରକାର ଆକଳନ କରିଛନ୍ତି। ଏହି ୧୦ଲକ୍ଷ ପରିବାର ମଧ୍ୟରୁ ୭ଲକ୍ଷ ପରିବାରକୁ ପଶୁସମ୍ପଦ ଚାଷ, ୧ଲକ୍ଷ ପରିବାରକୁ ମତ୍ସ୍ୟ ଚାଷ ଓ ୨ଲକ୍ଷ ପରିବାରକୁ ଉଦ୍ୟାନ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ନିମନ୍ତେ ବାର୍ଷିକ ୧୨ହଜାର ୫୦୦ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏଥିପାଇଁ ୧୦ଲକ୍ଷ ପରିବାରକୁ ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୨୫୦କୋଟି ଟଙ୍କା ଦେବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ଗ୍ରାମାଞ୍ଚଳରେ ଯଦି ୧୦ଲକ୍ଷ ପରିବାର ଭୂମିହୀନ ହେବାକୁ ଯାଉଛନ୍ତି ଅବା ହୋଇଛନ୍ତି ତା’ହେଲେ ଏକଥା ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ ବିକାଶ ଏପର୍ଯ୍ୟନ୍ତ ଏମାନଙ୍କ ନିକଟରେ ପହଞ୍ଚି ନାହିଁ। ଗୋଟିଏ ପଟେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାରେ ସମଗ୍ର ଦେଶରେ ଶୀର୍ଷରେ ରହିଛି ବୋଲି ବାହାବା ନେଉଥିବା ଓଡ଼ିଶା ସରକାର ଏହି ୧୦ଲକ୍ଷ ଭୂମିହୀନ ପରିବାରକୁ କ’ଣ ମୌଳିକ ସୁବିଧାରୁ ବଞ୍ଚିତ କରିବେ? ଏହି ୧୦ଲକ୍ଷ ଭୂମିହୀନ ପରିବାର ମଧ୍ୟରୁ ଏପର୍ଯ୍ୟନ୍ତ ‘ବସୁନ୍ଧରା’ ଯୋଜନାରେ ରାଜ୍ୟ ସରକାର କେତେ ପରିବାରକୁ ଘରଡିହ ପ୍ରଦାନ କରିଛନ୍ତି, ସେ ତଥ୍ୟ ବି ସାମ୍ନାକୁ ଆସିବା ଦରକାର।

ଗାଇଡଲାଇନରେ ରାଜ୍ୟ ସରକାର କହିଛନ୍ତି ଯେ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୩୨.୮୦ଲକ୍ଷ ଚାଷୀ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ ପରିବାର ଅଛନ୍ତି। ମୋଟ ଚାଷୀଙ୍କ ମଧ୍ୟରୁ ୯୨ ପ୍ରତିଶତ(୩୦.୧୭୬ଲକ୍ଷ ଚାଷୀ) ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏହି ସମସ୍ତ ଚାଷୀଙ୍କୁ ସରକାର ଆସନ୍ତା ୩ବର୍ଷ ମଧ୍ୟରେ ମୋଟ ୭୫୪୦କୋଟି ଟଙ୍କା( ୫ଟି ପର୍ଯ୍ୟାୟରେ ମୋଟ ୨୫ହଜାର ଟଙ୍କା) ପ୍ରଦାନ କରିବେ। ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘କାଳିଆ’ ଯୋଜନାର ଲୋକାର୍ପଣ କରିବା ଅବସରରେ ପ୍ରଥମ ପର୍ଯ୍ୟାୟରେ ୨୧.୪୦ଲକ୍ଷ ଚାଷୀ ଓ ପ୍ରାୟ ୧ଲକ୍ଷ ନାମମାତ୍ର ଚାଷୀଙ୍କୁ ଏହି ୫ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଗାଇଡଲାଇନ୍ ଅନୁସାରେ ଟିକସ ଦେଉଥିବା ପରିବାର, ସରକାରୀ ଓ ପିଏସୟୁ କର୍ମଚାରୀ ଥିବା ପରିବାରକୁ ‘କାଳିଆ’ ଯୋଜନାର ସୁଫଳ ମିଳିବ ନାହିଁ। ପଞ୍ଚାୟତସ୍ତରରେ ପ୍ରଥମ ଥରର ଚାଷୀ ସହାୟତା(୫ହଜାର ଟଙ୍କା)କୁ ସ୍ୱତନ୍ତ୍ର ଶିବିର ଜରିଆରେ ଚାଷୀ ପରିବାରକୁ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସହାୟତାକୁ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ।

ସରକାରଙ୍କ ଏହି ଗାଇଡଲାଇନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ନିର୍ବାଚନ ପୂର୍ବରୁ ଚାଷ ପାଇଁ ସହାୟତା ଆଳରେ ପଞ୍ଚାୟତ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରତ୍ୟେକ ପରିବାରକୁ ୫ହଜାର ଟଙ୍କା ଦେଇ ସରକାରଙ୍କ ବଦଳରେ ବିଜେଡି ନିଜ ପାଣ୍ଠିରୁ ଟଙ୍କା ବାଣ୍ଟୁଥିବାର ଭ୍ରମ ସୃଷ୍ଟି କରିବା ନିମନ୍ତେ ଉଦ୍ୟମ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story