Advertisment

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ ପାଇଁ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ଯୋଗୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ କ୍ଷତି ହୋଇଛି। ଏବେ ରାଜ୍ୟ ସରକାର ରିଲିଫ୍ ଓ ଥଇଥାନ ଉପରେ ଗୁରୁତ୍ୱ ଦେଉଛନ୍ତି। ତା’ସହିତ ଉପୁଡ଼ି ପଡ଼ିଥିବା ଓ ଭାଙ୍ଗି ଯାଇଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରାଯାଉଛି। ସେହିଭଳି ଠପ୍ ହୋଇଯାଇଥିବା ବିଦ୍ୟୁତ୍ ସେବାକୁ ପୁଣି ଠିକ୍ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଜନସାଧାରଣଙ୍କ ସହାୟତା […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ ପାଇଁ ଆହ୍ୱାନ

foni10

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ଯୋଗୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ କ୍ଷତି ହୋଇଛି। ଏବେ ରାଜ୍ୟ ସରକାର ରିଲିଫ୍ ଓ ଥଇଥାନ ଉପରେ ଗୁରୁତ୍ୱ ଦେଉଛନ୍ତି। ତା’ସହିତ ଉପୁଡ଼ି ପଡ଼ିଥିବା ଓ ଭାଙ୍ଗି ଯାଇଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରାଯାଉଛି। ସେହିଭଳି ଠପ୍ ହୋଇଯାଇଥିବା ବିଦ୍ୟୁତ୍ ସେବାକୁ ପୁଣି ଠିକ୍ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

Advertisment

ଏଭଳି ସ୍ଥିତିରେ ରାଜ୍ୟ ସରକାର ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିପାଇଁ ଦୁଇଟି ଆକାଉଣ୍ଟ ନମ୍ବର ବି ଜାରି କରାଯାଇଛି। ସେଗୁଡ଼ିକ ହେଉଛି- 11109339165 (IFSC- SBIN 0010236) ଓ 10566116417 (IFSC- SBIN0006606)। ଏହା ସହିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଅଫିସିଆଲ୍‌ ୱେବସାଇଟ୍‌ onlinesbi.comକୁ ଯାଇ ଲୋକମାନେ ସହାୟତା ପ୍ରଦାନ କରିପାରିବେ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ‘ଫୋନି’ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ ଏବଂ ଏନେଇ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ସମୀକ୍ଷା ବୈଠକ ପରେ ସେ ରାଜ୍ୟକୁ ଆଉ ୧୦୦୦ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ। ‘ଫୋନି’ ଆସିବା ପୂର୍ବରୁ ଏହି ଟଙ୍କା ଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe