/odisha-reporter/media/post_attachments/uploadimage/library/16_9/16_9_0/Doctors_1674743249.jpg)
Doctors
ରାଜ୍ୟରେ ଆଉ ୧୧୮୧ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇ ଆଜି ଅନୁମୋଦନ ଦେଇଛନ୍ତି । ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ କ୍ୟାଡ଼ରରେ ଏହି ୧୧୮୧ଜଣ ମେଡିକାଲ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି ।
Advertisment
ସୂଚନା ଅନୁସାରେ, ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଡାକ୍ତରମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ଡାକ୍ତରମାନେ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଚୟନ ହୋଇଛନ୍ତି । ଏନଆଇସି ଦ୍ୱାରା ଅନଲାଇନ୍ କାଉନସେଲିଂ ମାଧ୍ୟମରେ ଏହି ଡାକ୍ତରମାନଙ୍କୁ ଆବଂଟିତ ଜିଲ୍ଲାରେ ନିଯୁକ୍ତି ମିଳିବ ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୧୦୭୭୪ଟି ଡାକ୍ତରୀ ପଦବୀ ଥିବାବେଳେ ସେଥିରୁ ୮୨୧୩ଜଣ ଡାକ୍ତର ବିଭିନ୍ନ ବର୍ଗର ଡାକ୍ତର କାର୍ଯ୍ୟରତ ଅଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
