Advertisment

୯୭ ହଜାର କୋଟି ଟଙ୍କାର ଋଣ: ସର୍ବନିମ୍ନସ୍ତରରେ ରାଜ୍ୟର ଋଣବୋଝ

ଦୁଇଟି ସ୍କିମରେ ଥିବା ବଳକା ପାଣ୍ଠିରୁ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚକୁ ସ୍ୱଳ୍ପମିଆଦୀ କମ୍ ସୁଧ ହାରରେ ଋଣ କରିବାର ଅନୁମତି ଥିବାରୁ ରାଜ୍ୟ ସରକାର ଏବେ ବ୍ୟବସ୍ଥିତ ଢଙ୍ଗରେ ନିଜର ଋଣ ପରିଚାଳନା କରିଥିବା ଜଣାପଡ଼ିଛି ।

Debt

Debt

Advertisment

୨୦୨୨-୨୩ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଅର୍ଥାତ ଚଳିତବର୍ଷ ମାର୍ଚ୍ଚ ମାସ ଶେଷସୁଦ୍ଧା ରାଜ୍ୟର ଋଣବୋଝ ୯୭ହଜାର ୩୭କୋଟି ୬୮ଲକ୍ଷ ଟଙ୍କାରେ ସୀମିତ ରହିବ । ଯାହାକି ସର୍ବନିମ୍ନସ୍ତରରେ ତଥା ରାଜ୍ୟ ଜିଡିପିର ୧୨.୬୭ପ୍ରତିଶତ । ରାଜ୍ୟ ସରକାର ରାଜ୍ୟ ଜିଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥକୁ ଋଣ ଆକାରରେ ଆଣିବା ପାଇଁ ସକ୍ଷମ ହୋଇଥିଲେ ମଧ୍ୟ ଗତ କିଛିବର୍ଷ ଧରି ରାଜ୍ୟ ସରକାର ନିଜର ଋଣବୋଝକୁ କ୍ରମାଗତ ହ୍ରାସ କରିବାରେ ଲାଗିଛନ୍ତି । ଆଉ ରାଜ୍ୟ ସରକାରଙ୍କ ପାଇଁ ଓଏମବିଡିସି ଓ କାମ୍ପା ପାଣ୍ଠି ଏବେ ବରଦାନ ସାବ୍ୟସ୍ତ ହୋଇଛି । ଏହି ଦୁଇଟି ସ୍କିମରେ ଥିବା ବଳକା ପାଣ୍ଠିରୁ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚକୁ ସ୍ୱଳ୍ପମିଆଦୀ କମ୍ ସୁଧ ହାରରେ ଋଣ କରିବାର ଅନୁମତି ଥିବାରୁ ରାଜ୍ୟ ସରକାର ଏବେ ବ୍ୟବସ୍ଥିତ ଢଙ୍ଗରେ ନିଜର ଋଣ ପରିଚାଳନା କରିଥିବା ଜଣାପଡ଼ିଛି ।

Advertisment

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବଜେଟ୍ ଦସ୍ତାବିଜ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୧,୧୨,୮୮୧ .୬୨ କୋଟି ଟଙ୍କା ଛୁଇଁବ । ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରାରମ୍ଭରେ ରାଜ୍ୟର ମୋଝ ଋଣବୋଝ ୯୭ହଜାର ୨୦୪କୋଟି ୪୯ଲକ୍ଷ ଟଙ୍କା ଥିବାବେଳେ ବର୍ଷ ଶେଷବେଳକୁ ତାହା ୯୭ହଜାର ୩୭କୋଟି ୬୮ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ଅବଶ୍ୟ ଏହି ଅବଧିରେ ରାଜ୍ୟ ସରକାର ଖୋଲା ବଜାରରୁ ଆଣିଥିବା ଉଚ୍ଚସୁଧଯୁକ୍ତ ଋଣରୁ ପ୍ରାୟ ୭ହଜାର ୫୦୦କୋଟି ଟଙ୍କା ପରିଶୋଧ କରିଛନ୍ତି । ନାବାର୍ଡରୁ ୨୩୪୭କୋଟି ଟଙ୍କା, ଓଏମବିଡିସି ଓ ଅନ୍ୟ ପ୍ରତିଷ୍ଠାନରୁ ୮୦୦କୋଟି ଟଙ୍କା, ଭାରତ ସରକାରଙ୍କଠୁ ୪୦୭୧କୋଟି ଟଙ୍କା ଋଣ କରିଛନ୍ତି । ଭାରତୀୟ ସାଧାରଣ ବୀମା ନିଗମ(ଜିଆଇସି)ରୁ ଆଣିଥିବା ଅଧିକ ସୁଧଯୁକ୍ତ ଋଣକୁ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ପରିଶୋଧ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥିତ ଋଣ ପରିଚାଳନା ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଋଣବୋଝ ମୋଟ ଜିଏସଡିପି(ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ)ର ୧୯.୫ % ରହିଥିଲା । ଯାହାକି ୨୦୨୧-୨୨ରେ ୧୫.୨% ଓ ୨୦୨୨-୨୩ରେ ୧୨.୬୭ ପ୍ରତିଶତ(ମୋଟ ରାଜ୍ୟ ଜିଡିପିର)କୁ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୯୭ହଜାର ୩୭କୋଟି ଟଙ୍କା ମଧ୍ୟରେ ସୀମିତ ରହିବ ଏବଂ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୧,୧୨,୮୮୧.୬୨ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବାର ଆକଳନ ହୋଇଛି । ତେବେ ସରକାର ଖୋଲା ବଜାରରୁ ଆଣିଥିବା ଋଣ ପରିମାଣକୁ ହ୍ରାସ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।

Advertisment

ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଝ ଋଣବୋଝର ୨୭% ଖୋଲା ବଜାରରୁ ଆସିଥିବାବେଳେ ଜିପିଏଫରୁ ୨୬%, ଏନଏସଏସଏଫରୁ ୭%, ଭାରତ ସରକାରଙ୍କଠୁ ୨୧ ପ୍ରତିଶତ, ନାବାର୍ଡ ଓ ଅନ୍ୟାନ୍ୟଙ୍କଠୁ ୧୯% %ଋଣ ଆସିଥିବା ଜଣାପଡ଼ିଛି ।

Odisha Odisha Budget 2022-23 Odisha Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe